Language Section

 

 

 

 

 

 

Dictionary : View_page

ID Main Word Content
2316 ଅଦ୍ବାର
  1. Adwāra (ସଂ.ବି.) - ନଗର, ଗ୍ରାମ, ପୁର ବା ଗୃହକୁ ସାଧାରଣତଃ ଲୋକେ ଯେଉଁ ଦ୍ୱାର ଦେଇ ଯିବାଆସିବା କରନ୍ତି ତାହା ଛଡ଼ା ଅନ୍ୟ ଦ୍ୱାର A wrong door; an entrance which is not intended for or ordinarily used by people for going into or coming out of a town, village or house.
  2. (ବହୁବ୍ରୀହି) ଯେଉଁ ଘର ବା ସ୍ଥାନରେ ଦ୍ୱାର ନାହିଁ  A place without a door.
2317 ଅଦ୍ବିତୀୟ

Also : [ ଅଦ୍ବୟ ]

  1. Adwitīya (ସଂ.ବିଣ.) - ଅସାଧାରଣ; ଅସାମାନ୍ୟ Extraordinary.
  2. ଅତୁଳନୀୟ Peerless; matchless; incomparable.
  3. ଏକାକୀ; ଯାହା ସଙ୍ଗେ ଅନ୍ୟ କେହି ନଥାଏ Single; sole; solitary.
  4. ଏକମାତ୍ର supreme; unique.
2318 ଅଦ୍ବେଷ୍ଟା
  1. Adweshṭā (ସଂ.ବିଣ.) - ଦ୍ୱେଷରହିତ  Unenvious; not malevolent.
  • ଅଦ୍ୱୈଷ୍ଟ୍ରୀ (ସ୍ତ୍ରୀ)
2319 ଅଦ୍ବୈତ
  1. Adwa̲i̱ta (ସଂ.ବିଣ.) - ଦ୍ୱିତ୍ୱରହିତ Non-dual; free from duality.
  2. ଅଦ୍ୱିତୀୟ Unparalleled; unique.
  3. ଯାହାର ଯୋଡ଼ା ନାହିଁ Having no duplicate.
  4. ଏକାକୀ Sole; single.
  5. ଅବିଭକ୍ତ Undivided.
  6. ଅବିଭାଜ୍ୟ Indivisible.
  7. (ସଂ.ବି.)  -ଦ୍ୱିତ୍ୱରହିତ ଅବସ୍ଥା Non-duality.
  8. ଅଦ୍ୱିତୀୟତା Uniqueness.
  9. ଅତୁଳନୀୟତା Mactchlessness.
  10. ବିଷ୍ଣୁ God Bishṇu.
  11. ପରଂବ୍ରହ୍ମ The Supreme Soul.
  12. ବ୍ରହ୍ମା; ବ୍ରହ୍ମ ବା ପରମାତ୍ମା ସହିତ ଜୀବାତ୍ମାର ଅଭେଦ ବା ଏକତା The identity of Brahma or the Supreme Soul with the human soul.
  13. ଆତ୍ମା ଓ ପଞ୍ଚଭୂତ ମଧ୍ୟରେ ଅଭେଦ Identity of spirit with matter.
  14. ପାରମାର୍ଥିକ ସତ୍ୟ The ultimate truth.
  15. ଉପନିଷଦବିଶେଷ The title of an Upanishada.
  16. (ଦେ.ବି.) - ଲୋକଙ୍କୁ ଦିଆଯିବା ନାମ  A name given to males.
2320 ଅଦ୍ବୈତବାଦ

Also : [ ଅଦ୍ବୟବାଦ ]

  1. Adwa̲i̱tabāda (ସଂ.ବି.) - ବ୍ରହ୍ମ ଓ ବ୍ରହ୍ମାଣ୍ଡ ଏକ, ଈଶ୍ୱର ଓ ସୃଷ୍ଟି ଏକ; ଏକ ମାତ୍ର ଈଶ୍ୱର ସର୍ବଭୂତରେ ଓ ସର୍ବତ୍ର ବିରାଜିତ, ଏରୂପ ମତ ବାଦ The doctrine of non-duality; the theory that the Creator is identical with the Creation and that there is nothing in the Universe except God in His various manifestations.
  2. ପରମାତ୍ମା ଓ ଜୀବାତ୍ମା ଅଭିନ୍ନ, ଏହି ଦାର୍ଶନିକ ମତ Monism in philosophy; the doctrine that the supreme soul is identical with the human soul. (ଶଙ୍କରାଚାର୍ଯ୍ୟ ଭାରତରେ ଏହି ମତକୁ ସର୍ବତ୍ର ପ୍ରଚାର କରିଥିଲେ।)
  3. ଈଶ୍ୱର ଏକ ଅଟନ୍ତି, ଏହି ଧର୍ମମତ Monotheism. (ଖ୍ରୀଷ୍ଟାନ୍, ମୁଷଲମାନ ଓ ବ୍ରାହ୍ମମାନେ ଅଦ୍ୱୈତବାଦୀ)
  • ଅଦ୍ବୈତବାଦୀ (ପୁଂ)
  • ଅଦ୍ବୈତବାଦିନୀ (ସ୍ତ୍ରୀ)
Page 464 of 605



expoodisha.com

 

Other Dictionary