Language Section

 

 

 

 

 

 

Dictionary : View_page

ID Main Word Content
1
  1. A (ବି.) - ସଂସ୍କୃତ ଓ ଓଡ଼ିଆ ବର୍ଣ୍ଣମାଳାର ଏବଂ ସ୍ୱର ବର୍ଣ୍ଣର ଆଦ୍ୟ ଅକ୍ଷର The first letter of the Sanskrit and Odia alphabet. The first vowel corresponding to the English letter, A. 
  2. ଅର୍କମଣ୍ଡଳ ବୀଜାତ୍ମକ ଅକ୍ଷର The mystic root of the solar circle. 
  3. ପରଂବ୍ରହ୍ମସୂଚକ ଏକାକ୍ଷର The letter indicating the Divine Soul pervading the Universe. 
  4. ବିଷ୍ଣୁ Bishṇu, the Preserver of the Hindu Trinity. 
  5. ମହେଶ୍ୱର, ଶିବ Ṡiba, the Destroyer. 
  6. ପରଂବ୍ରହ୍ମ The Divine Soul or Essence pervading the universe. 
  7. ପ୍ରଣବ ବା ଓଁକାରର ଆଦ୍ୟ ଅଙ୍ଗ (ଅ+ଉ+ମ୍=ଓଁ) The first component of the mystic syllable 'Om'. 
  8. (ଧ୍ୱନ୍ୟନୁକରଣ)- (Onomatopoetic) 
  9. ଅଇ, ବମନେଚ୍ଛା Tendency to vomit 
  10. ବମନ, ବାନ୍ତି Vomiting.
2 ଅଅ
  1. A-A (ଦେ.ଅ) - (ଧ୍ୱନ୍ୟନୁକରଣ, 'ଅ' ର ଦ୍ୱିତ୍ୱ)। ବମନ କରିବାର ବା ବମନ ଉପକ୍ରମ ହେବା ବେଳର ଶବ୍ଦ Sound of a person vomiting or going to vomit. 
  2. ଶିଶୁମାନଙ୍କୁ ପ୍ରଥମେ 'ଅ' ଅକ୍ଷର ଲେଖାଇ ମଡ଼ାଇବା ବେଳେ ଶିଶୁ ଘୋଷିବା ଦ୍ୱି-ଉଚ୍ଚାରଣ Doubled or repeated utterance of the letter 'a' by a child learning to write.
3 ଅଅଁଳା

Category : [ Plant ]

Also : [ ଅଁଳା ]

Other Name : [ ଆମଳକ, ଆମଳକୀ, ଧାତ୍ରୀ, ତିଷ୍ୟଫଳା, ଅମୃତା, ଆମଲା, ଅମ୍ଳାଟନ, ଅମ୍ଳାତ, ଅମ୍ଳାତକ, କୁରୁଣ୍ଟକ, କୁରୁବକ, ବର୍ଣ୍ଣପୁଷ୍ପ, ମହାସହା, ଉଶିରିକା ]

  1. Aañḻā (ସଂ.) -  ଅଅଁଳା ଗଛ Aañḻā tree
  2. (ଦେ.ବି) - ବନ୍ୟ ବୃକ୍ଷ ଓ ତହିଁର କୋଳି A tree and its berry; Embellic myrobalan; Phylanthos emblica. 
  3.  (ସଂ.) -ଆମଳକ, ଏହାର ଆକୃତି ଅଅଁଳାକୋଳି ପରି ଚିରୁଡ଼ା ଚିରୁଡ଼ା ଓ ଚେପ୍ଟା ଥିବାରୁ) ଦେଉଳର ବିମାନ ଉପରେ ସ୍ଥାପିତ ଓ ଦହିଖୁଆ ପରି ଚିରୁଡ଼ା ଚିରୁଡ଼ା ଓ ଚେପ୍ଟା ଚକଡ଼ା। ଏହା ଉପରେ ଦହିନଉତି ଥାଏ। ଅଅଁଳାକୋଳି ପରି କମ ହୋଇଥିବା ଦହିନଉତିର ତଳ ବଇଠି। ଅଅଁଳା ସାଳି। An orange-shaped structure over the dome and below the top-stone of a temple.
4 ଅଅଁଳା ନବମୀ
  1.  Aañḻā nabamī (ଦେ ବି.) - ଧାତ୍ରୀ ନବମୀ, କାର୍ତ୍ତିକ ଶୁକ୍ଳ ନବମୀ  [ଏ ଦିନ ଅଅଁଳା ଗଛମୂଳେ ବିଷ୍ଣୁପୂଜା କରାଯାଏ] The ninth day of the bright fortnight of the month of Kārttika.
5 ଅଅଁଳା ମଞ୍ଜିଆ
  1. Aañḻā Manjiā (ଦେ.ବି.) - ଅଅଁଳା କୋଳିପରି ଆକୃତିବିଶିଷ୍ଟ (କଣ୍ଠି) (bead) shaped like the berry of Aañḻā.
  2. ଅଅଁଳା ମଞ୍ଜି ପରି ଶିରାବିଶିଷ୍ଟ (ଖଡ଼ୁ, ପାହୁଡ଼) (anklet or bracelet) Shaped and grooved like the berry of aañḻā.
Page 1 of 605



expoodisha.com

 

Other Dictionary