Language Section

 

 

 

 

 

 

Dictionary : View_page

ID Main Word Content
2306 ଅଦେଶ୍ୟ
  1. Adeṡya (ସଂ.ବିଣ.) - ଯାହା ଆଦେଶ ଦେବା ଅନୁଚିତ Not fit to be ordered.
  2. ଯାହା ଉପଦେଶ ଦେବା ଅନୁଚିତ Not proper to be advised.
  3. (ଅ+ଦେଶ୍ୟ) ଯାହା ସରଜମିନ ବା ନିର୍ଦ୍ଦିଷ୍ଟ ସ୍ଥାନର ନୁହେ Not pertaining to the spot.
  4. ଯାହା ସ୍ଥାନୀୟ ନୁହେ Not local.
  5. ଯାହା ଦେଶୀ ନୁହେ; ବିଦେଶୀ Foreign; not belonging to this country.
  6. ଘଟନା ସମୟରେ ଅନୁପସ୍ଥିତ Not present on the occasion referred to.
2307 ଅଦୈବ
  1. Ada̲i̱ba (ସଂ.ବିଣ.) - ଯହିଁରେ ଦେବମାନଙ୍କର ସମ୍ପର୍କ ନାହିଁ Not connected with the gods.
  2. ଯାହା ଦେବତା ବା ଭାଗ୍ୟଦ୍ୱାରା ପୂର୍ବରୁ ଆଦିଷ୍ଟ ବା ଲିପିବଦ୍ଧ ହୋଇ ନାହିଁ Not predistined or preordained by the gods or fate.
  3. ଯାହା ଐଶ୍ୱରିକ ନୁହେ Not divine.
  4. (ବହୁବ୍ରୀହି) ଦୁର୍ଭାଗ୍ୟ; ଅଭାଗା Ill-fated; unfortunate.
2308 ଅଦୋଷ

Also : [ ଅଣଦୋଷ

  1. Adosha (ସଂ.ବି.) - ଦୋଷଶୂନ୍ୟତା Faultlessness.
  2. ନିଷ୍ପାପତା Sinlessness.
  3. ନିରପରାଧତା  Innocence.
  4. ଯାହା ଦୋଷ ନୁହେ That which is not a fault or defect.
  5. ଦୋଷ କରି ନ ଥିବା ଅବସ୍ଥା State of not having committed any fault.
  6. ବ୍ୟାକରଣବିରୋଧ, ଅଶ୍ଳୀଳତା, ଗ୍ରାମ୍ୟତା ଆଦି ଦୋଷରହିତ ରଚନା Composition which is free blemishes.
  7. ଅଦୋଷତା (ସଂ.ବିଣ.) - ନିରପରାଧ Innocent; guiltless.
  8. ନିର୍ଦ୍ଦୋଷ; ଦୋଷହୀନ  Faultless; free from blemish.
  9. ନିଷ୍ପାପ Sinless.
  10. ବ୍ୟାକରଣବିରୋଧ; ଅଶ୍ଳୀଳତା, ଗ୍ରାମ୍ୟତା ଆଦି ଦୋଷରହିତ (ରଚନା)  (composition) Free from literary blemishes.
  • ଅଦୋଷା (ସ୍ତ୍ରୀ)
2309 ଅଦୋଷତା
  1. Adoshatā (ସଂ.ବି.) - ଅଦୋଷର ଭାବ State of being free from blemish or defect.
  2. (ଅଳଙ୍କାରଶାସ୍ତ୍ର) ଅଳଙ୍କାରଦୃଷ୍ଟିରେ ଲକ୍ଷିତ କୌଣସି କୌଣସି ଦୋଷ ସ୍ଥଳ ବିଶେଷରେ ଦୋଷରୂପେ ଗଣ୍ୟ ନ ହୋଇ ରଚନାର ଗୁଣରୂପେ ଗଣ୍ୟ ହେବା ଅବସ୍ଥା The state of a literary blemish or defect being considered as an excellence in some cases.

 [ ଦ୍ର ] ଅପ୍ରତୀତତ୍ୱର ଗୁଣତ୍ୱ -ଅର୍ଥାତ୍ ଯେଉଁଠାରେ ବକ୍ତା ଓ ଶ୍ରୋତା ଉଭୟେ ଶବ୍ଦାର୍ଥବିଶାରଦ ସେଠାରେ ଅପ୍ରତୀତତାଗୁଣ ବୋଲି ବିବେଚିତ ହୁଏ; ଯଥା - ନାମ ମାତ୍ର ପାହିବାକୁ ଅଛି ବିଭାବରୀ / ଦେଖ ଆସିଲାଣି ଏବେ ଧ୍ରୁବ ମେରୁ ବୁଲି / ମେରୁନରେ ସପ୍ତର୍ଷିର ସୁବର୍ଣ୍ଣ ବେଙ୍ଗଳା। ରାଧାନାଥ, ମହାଯାତ୍ରା ଏହିପରି ଗ୍ରାମ୍ୟତା ଦୋଷ; ପୁନରୁକ୍ତି ପ୍ରଭୃତି ଦୋଷ ସ୍ଥଳବିଶେଷରେ ରଚନାର ଗୁଣ ବୋଲି ପରିଗଣିତ ହୁଏ। [କୁଳମଣି - ଅଳଙ୍କାର ତରଙ୍ଗିଣୀ]

2310 ଅଦୋଷରେ
  1. Adoshare (ଦେ.କ୍ରି.ବିଣ.) - ବିନା ଅପରାଧରେ Without any fault; in the absence of any fault. (ଯଥା - ଅଦୋଷରେ ଦଣ୍ଡିବା ରାଜାଙ୍କର ଗୁଣ ନୁହେ)
Page 462 of 605



expoodisha.com

 

Other Dictionary