| 2306 |
ଅଦେଶ୍ୟ |
- Adeṡya (ସଂ.ବିଣ.) - ଯାହା ଆଦେଶ ଦେବା ଅନୁଚିତ Not fit to be ordered.
- ଯାହା ଉପଦେଶ ଦେବା ଅନୁଚିତ Not proper to be advised.
- (ଅ+ଦେଶ୍ୟ) ଯାହା ସରଜମିନ ବା ନିର୍ଦ୍ଦିଷ୍ଟ ସ୍ଥାନର ନୁହେ Not pertaining to the spot.
- ଯାହା ସ୍ଥାନୀୟ ନୁହେ Not local.
- ଯାହା ଦେଶୀ ନୁହେ; ବିଦେଶୀ Foreign; not belonging to this country.
- ଘଟନା ସମୟରେ ଅନୁପସ୍ଥିତ Not present on the occasion referred to.
|
| 2307 |
ଅଦୈବ |
- Ada̲i̱ba (ସଂ.ବିଣ.) - ଯହିଁରେ ଦେବମାନଙ୍କର ସମ୍ପର୍କ ନାହିଁ Not connected with the gods.
- ଯାହା ଦେବତା ବା ଭାଗ୍ୟଦ୍ୱାରା ପୂର୍ବରୁ ଆଦିଷ୍ଟ ବା ଲିପିବଦ୍ଧ ହୋଇ ନାହିଁ Not predistined or preordained by the gods or fate.
- ଯାହା ଐଶ୍ୱରିକ ନୁହେ Not divine.
- (ବହୁବ୍ରୀହି) ଦୁର୍ଭାଗ୍ୟ; ଅଭାଗା Ill-fated; unfortunate.
|
| 2308 |
ଅଦୋଷ |
Also : [ ଅଣଦୋଷ ]
- Adosha (ସଂ.ବି.) - ଦୋଷଶୂନ୍ୟତା Faultlessness.
- ନିଷ୍ପାପତା Sinlessness.
- ନିରପରାଧତା Innocence.
- ଯାହା ଦୋଷ ନୁହେ That which is not a fault or defect.
- ଦୋଷ କରି ନ ଥିବା ଅବସ୍ଥା State of not having committed any fault.
- ବ୍ୟାକରଣବିରୋଧ, ଅଶ୍ଳୀଳତା, ଗ୍ରାମ୍ୟତା ଆଦି ଦୋଷରହିତ ରଚନା Composition which is free blemishes.
- ଅଦୋଷତା (ସଂ.ବିଣ.) - ନିରପରାଧ Innocent; guiltless.
- ନିର୍ଦ୍ଦୋଷ; ଦୋଷହୀନ Faultless; free from blemish.
- ନିଷ୍ପାପ Sinless.
- ବ୍ୟାକରଣବିରୋଧ; ଅଶ୍ଳୀଳତା, ଗ୍ରାମ୍ୟତା ଆଦି ଦୋଷରହିତ (ରଚନା) (composition) Free from literary blemishes.
|
| 2309 |
ଅଦୋଷତା |
- Adoshatā (ସଂ.ବି.) - ଅଦୋଷର ଭାବ State of being free from blemish or defect.
- (ଅଳଙ୍କାରଶାସ୍ତ୍ର) ଅଳଙ୍କାରଦୃଷ୍ଟିରେ ଲକ୍ଷିତ କୌଣସି କୌଣସି ଦୋଷ ସ୍ଥଳ ବିଶେଷରେ ଦୋଷରୂପେ ଗଣ୍ୟ ନ ହୋଇ ରଚନାର ଗୁଣରୂପେ ଗଣ୍ୟ ହେବା ଅବସ୍ଥା The state of a literary blemish or defect being considered as an excellence in some cases.
[ ଦ୍ର ] ଅପ୍ରତୀତତ୍ୱର ଗୁଣତ୍ୱ -ଅର୍ଥାତ୍ ଯେଉଁଠାରେ ବକ୍ତା ଓ ଶ୍ରୋତା ଉଭୟେ ଶବ୍ଦାର୍ଥବିଶାରଦ ସେଠାରେ ଅପ୍ରତୀତତାଗୁଣ ବୋଲି ବିବେଚିତ ହୁଏ; ଯଥା - ନାମ ମାତ୍ର ପାହିବାକୁ ଅଛି ବିଭାବରୀ / ଦେଖ ଆସିଲାଣି ଏବେ ଧ୍ରୁବ ମେରୁ ବୁଲି / ମେରୁନରେ ସପ୍ତର୍ଷିର ସୁବର୍ଣ୍ଣ ବେଙ୍ଗଳା। ରାଧାନାଥ, ମହାଯାତ୍ରା ଏହିପରି ଗ୍ରାମ୍ୟତା ଦୋଷ; ପୁନରୁକ୍ତି ପ୍ରଭୃତି ଦୋଷ ସ୍ଥଳବିଶେଷରେ ରଚନାର ଗୁଣ ବୋଲି ପରିଗଣିତ ହୁଏ। [କୁଳମଣି - ଅଳଙ୍କାର ତରଙ୍ଗିଣୀ]
|
| 2310 |
ଅଦୋଷରେ |
- Adoshare (ଦେ.କ୍ରି.ବିଣ.) - ବିନା ଅପରାଧରେ Without any fault; in the absence of any fault. (ଯଥା - ଅଦୋଷରେ ଦଣ୍ଡିବା ରାଜାଙ୍କର ଗୁଣ ନୁହେ)
|