| 1 |
ଅ |
- A (ବି.) - ସଂସ୍କୃତ ଓ ଓଡ଼ିଆ ବର୍ଣ୍ଣମାଳାର ଏବଂ ସ୍ୱର ବର୍ଣ୍ଣର ଆଦ୍ୟ ଅକ୍ଷର The first letter of the Sanskrit and Odia alphabet. The first vowel corresponding to the English letter, A.
- ଅର୍କମଣ୍ଡଳ ବୀଜାତ୍ମକ ଅକ୍ଷର The mystic root of the solar circle.
- ପରଂବ୍ରହ୍ମସୂଚକ ଏକାକ୍ଷର The letter indicating the Divine Soul pervading the Universe.
- ବିଷ୍ଣୁ Bishṇu, the Preserver of the Hindu Trinity.
- ମହେଶ୍ୱର, ଶିବ Ṡiba, the Destroyer.
- ପରଂବ୍ରହ୍ମ The Divine Soul or Essence pervading the universe.
- ପ୍ରଣବ ବା ଓଁକାରର ଆଦ୍ୟ ଅଙ୍ଗ (ଅ+ଉ+ମ୍=ଓଁ) The first component of the mystic syllable 'Om'.
- (ଧ୍ୱନ୍ୟନୁକରଣ)- (Onomatopoetic)
- ଅଇ, ବମନେଚ୍ଛା Tendency to vomit
- ବମନ, ବାନ୍ତି Vomiting.
|
| 3 |
ଅଅଁଳା |
Category : [ Plant ]
Also : [ ଅଁଳା ]
Other Name : [ ଆମଳକ, ଆମଳକୀ, ଧାତ୍ରୀ, ତିଷ୍ୟଫଳା, ଅମୃତା, ଆମଲା, ଅମ୍ଳାଟନ, ଅମ୍ଳାତ, ଅମ୍ଳାତକ, କୁରୁଣ୍ଟକ, କୁରୁବକ, ବର୍ଣ୍ଣପୁଷ୍ପ, ମହାସହା, ଉଶିରିକା ]
- Aañḻā (ସଂ.) - ଅଅଁଳା ଗଛ Aañḻā tree
- (ଦେ.ବି) - ବନ୍ୟ ବୃକ୍ଷ ଓ ତହିଁର କୋଳି A tree and its berry; Embellic myrobalan; Phylanthos emblica.
- (ସଂ.) -ଆମଳକ, ଏହାର ଆକୃତି ଅଅଁଳାକୋଳି ପରି ଚିରୁଡ଼ା ଚିରୁଡ଼ା ଓ ଚେପ୍ଟା ଥିବାରୁ) ଦେଉଳର ବିମାନ ଉପରେ ସ୍ଥାପିତ ଓ ଦହିଖୁଆ ପରି ଚିରୁଡ଼ା ଚିରୁଡ଼ା ଓ ଚେପ୍ଟା ଚକଡ଼ା। ଏହା ଉପରେ ଦହିନଉତି ଥାଏ। ଅଅଁଳାକୋଳି ପରି କମ ହୋଇଥିବା ଦହିନଉତିର ତଳ ବଇଠି। ଅଅଁଳା ସାଳି। An orange-shaped structure over the dome and below the top-stone of a temple.
|