Language Section

 

 

 

 

 

 

Dictionary : View_page

ID Main Word Content
2311 ଅଦୋଷୀ

Also : [ ନିର୍ଦ୍ଦୋଷ ]

  1. Adoshī (ଗ୍ରା.ବିଣ.) - ନିର୍ଦ୍ଦୋଷ; ନିରପରାଧ Innocent; guitless.
2312 ଅଦୋହ
  1. Adoha (ସଂ.ବି.) - ଯେଉଁ ସମୟରେ ଗୋରୁଠାରୁ ଦୁଧ ଦୋହିଁବା ଅସମ୍ଭବ A time when milking is impracticable.
  2. ଯେଉଁ ସମୟରେ ଗୋରୁ ଦୋହିଁବା ନିଷିଦ୍ଧ  (ଯଥା - ଏକାଦଶୀ)  A time when milking is prohibited. (ଅ+ଦୋହ) ଦୁଧ ଦୁହାଁ ନ ହେବା Not milking.
2313 ଅଦ୍ବୟ

Also : [ ଅଦ୍ବିତୀୟ ]

  1. Adwaya (ସଂ.ବିଣ.) - ଅଦ୍ୱିତୀୟ Unparalleled; unique.
  2. ଏକକ; ଏକାକୀ single; solitary.
  3. ଅଦୈତ; ଯାହାର ଦ୍ୱିତୀୟରୂପ ନାହିଁ Non—dual.
  4. ଯାହାର ପ୍ରକାରାନ୍ତର ନାହିଁ having no alternative
  5. ଏକ ମାତ୍ର Only; Sole.
  6. (ସଂ.ବି.) - ବୁଦ୍ଧବିଶେଷ Name of a Buddha.
  7. ଅଦ୍ୱୈତତା; ଦ୍ୱିତୀୟ ରୂପ ନ ଥିବା ଅବସ୍ଥା Non-duality.
  8. ଏକତା; ଅଭିନ୍ନତା Unity; identity.
  9. ବ୍ରହ୍ମ ସଙ୍ଗେ ଜୀବାତ୍ମାର ଏକତା Indentity of the Brahma with the human soul.
  10. ବ୍ରହ୍ମ ସଙ୍ଗେ ବ୍ରହ୍ମାଣ୍ଡର ଏକତା Identity of the Brahama with the creation.
  11. ଭୂତ ସଙ୍ଗେ ଆତ୍ମାର ଅଭିନ୍ନତା Identity of spirit with matter.
  12. ବ୍ରହ୍ମା Brahmā, the Creator of the Universe.
2314 ଅଦ୍ବୟବାଦ

Also : [ ଅଦ୍ବୈତବାଦ ]

  1. Adwayabāda (ସଂ.ବି.) - ବ୍ରହ୍ମ ଓ ବ୍ରହ୍ମାଣ୍ଡ ଏକ, ଈଶ୍ୱର ଓ ସୃଷ୍ଟି ଏକ; ଏକ ମାତ୍ର ଈଶ୍ୱର ସର୍ବଭୂତରେ ଓ ସର୍ବତ୍ର ବିରାଜିତ, ଏରୂପ ମତ ବାଦ The doctrine of non-duality; the theory that the Creator is identical with the Creation and that there is nothing in the Universe except God in His various manifestations.
  2. ପରମାତ୍ମା ଓ ଜୀବାତ୍ମା ଅଭିନ୍ନ, ଏହି ଦାର୍ଶନିକ ମତ Monism in philosophy; the doctrine that the supreme soul is identical with the human soul. (ଶଙ୍କରାଚାର୍ଯ୍ୟ ଭାରତରେ ଏହି ମତକୁ ସର୍ବତ୍ର ପ୍ରଚାର କରିଥିଲେ।)
  3. ଈଶ୍ୱର ଏକ ଅଟନ୍ତି, ଏହି ଧର୍ମମତ Monotheism. (ଦ୍ର—ଖ୍ରୀଷ୍ଟାନ୍, ମୁଷଲମାନ ଓ ବ୍ରାହ୍ମମାନେ ଅଦ୍ୱୈତବାଦୀ)
  • ଅଦ୍ୱୟବାଦୀ (ପୁଂ)
  • ଅଦ୍ୱୟବାଦିନୀ (ସ୍ତ୍ରୀ)
2315 ଅଦ୍ବୟୁ
  1. Adwayu (ସଂ.ବିଣ.) - ଅନ୍ତର୍ବାହ୍ୟେକ ରୂପ; ଯାହାର ବାହାର ଭିତର ଏକ Which is the same inside and outside.
  2. ଦ୍ୱିଧାରହିତ Free from double dealing or duplicity.
Page 463 of 605



expoodisha.com

 

Other Dictionary