Language Section

 

 

 

 

 

 

Dictionary : View_page

ID Main Word Content
2301 ଅଦେଈ
  1. Adeī (ଦେ.ବିଣ.) -  ଅଦିଆର ସ୍ତ୍ରୀଲିଙ୍ଗ; କୃପଣା (ସ୍ତ୍ରୀ) Miserly (Women).
  2. (ଦେ.ବି.) - ଅଦୈତ ନାମକ ବ୍ୟକ୍ତିର ଡାକ ନାମ  Name for calling Adwa̲i̱ta.
  •  ଅଦାତ୍ରୀ (ସଂ)

[ ଢଗ ] ଅଦେଇ ଘରେ ଖୁଦୁରୁକୁଣୀ ଓଷା।

2302 ଅଦେଖା
  1. Adekhā (ଦେ.ବିଣ.) - ଅଦୃଷ୍ଟ; ଦେଖା ଯାଇ ନଥିବା Unseen.
  2. ଅନନୁଭୂତ unexperience.
  3. ଗୁପ୍ତ Secret.
2303 ଅଦେୟ
  1. Adeya (ସଂ.ବିଣ.) - ଯାହା ଦିଆଯାଇ ନପାରେ Which cannot he given away.
  2. ଯାହା ଦେବାର ଅନୁପଯୁକ୍ତ Unfit to be given away.
  3. ଯାହା ଦେବା ଅନୁଚିତ Not proper to be given away.
  4. ଯାହା ଦେବା ଆଇନ୍ ଅନୁସାରେ ନିଷିଦ୍ଧ That which it is illegal to give away. (ଯଥା - ଆପଣାର ସ୍ତ୍ରୀ)
  5. (ସଂ.ବି.) - (ସ୍ମୃତି) ଆଇନ୍ ଅନୁସାରେ ଅଦେୟ ବସ୍ତୁ A class of things which it is illegal to give away. [ଯଥା - ସ୍ତ୍ରୀ; ପୁତ୍ର, ଅନ୍ୟ ଦ୍ୱାରା ଗଚ୍ଛିତ ଧନ, ଅନ୍ୟକୁ ଦେବା ପାଇଁ ପ୍ରତିଶ୍ରୁତ ହୋଇଥିବା ପଦାର୍ଥ, ସାଧାରଣ ବ୍ୟବହାର୍ଯ୍ୟ ସମ୍ପତ୍ତି, ଜାମିନ୍ ବା ଡିପାଜିଟ୍ ରଖାଯାଇଥିବା ବସ୍ତୁ ବା ଧନ]
2304 ଅଦେଶ
  1. Adeṡa (ସଂ.ବି.) - ଅନୁପଯୁକ୍ତ ସ୍ଥାନ ବା ଅଞ୍ଚଳ Wrong, improper or unfit place.
  2. ମନ୍ଦସ୍ଥାନ Bad place.
  3. ଅଶୁଦ୍ଧ ଦେଶ Unhallowed country.
  4. ଆପଣାର ଦେଶ ଛଡ଼ା ଅନ୍ୟ ଦେଶ; ବିଦେଶ A country other ther one's own; a foreign country.

 [ ଦ୍ର ] ମ୍ଳେଚ୍ଛ, ଆନର୍ତ୍ତକ, ଅଙ୍ଗ, ମଗଧ, ସୁରାଷ୍ଟ୍ର, ଦକ୍ଷିଣାପଥ, ବଙ୍ଗ ଓ କଳିଙ୍ଗ ଦେଶମାନଙ୍କୁ କେତେକ ସ୍ମୃତିରେ 'ଅଦେଶ' ରୂପେ ଗଣ୍ୟ କରାଯାଇଅଛି]

2305 ଅଦେଶକାଳ
  1. Adeṡakāḻa (ସଂ.ବି.) - ଅନୁପଯୁକ୍ତ ଦେଶ ଓ ଅନୁପଯୁକ୍ତ ସମୟ A wrong place and time.
Page 461 of 605



expoodisha.com

 

Other Dictionary