Language Section

 

 

 

 

 

 

Dictionary : View_page

ID Main Word Content
2176 ଅଥା
  1. Athā (ବିଣ.) - (ପ୍ରାଦେ. ସମ୍ବଲପୁର) କ୍ଳାନ୍ତ; ଅବସନ୍ନ Tired; fatigued.
  2. (ବି.)କ୍ଳାନ୍ତି; ଅବସାଦ Weariness. (ଯଥା - କଥା କହିବାକେ ଅଥା ଲାଗୁଛେ)
2177 ଅଥାତା
  1. Athātā (ଦେ.ବିଣ.)ନିରାଶ୍ରୟ; ଆଶ୍ରୟବିହୀନ Helpless; shelterless.
  2. ଗୃହହୀନ Homeless.
  3. ଯାହାର ରହିବା ସ୍ଥାନ ନାହିଁ Having no place to live in.
  4. ଅରକ୍ଷିତ; ରକ୍ଷକବିହୀନ; ବେମୁରବ୍ବିଆ Guardianless; unprotected.
  5. ଯାହାର କେହି ଯତ୍ନ ବା ତତ୍ତ୍ୱ ନେବାକୁ ନାହିଁ Having none to look after.
  6. ଯେଉଁ ସ୍ଥାନରେ କେହି ଜଗୁଆଳି ନାହିଁ (place) Having none to Watch.
2178 ଅଥାତାମଣ୍ଡପ
  1. Athātāmaṇdapa (ଦେ.ବି.)ଯେଉଁ ଘର ବା ସ୍ଥାନର କେହି ଜଗୁଆଳି ବା ମାଲିକ ନାହିଁ A place without a master.
2179 ଅଥାତା ହକରା
  1. Athātā hakarā (ବି.)(ପ୍ରାଦେ. ପୁରୀ ରାହାଙ୍ଗ ବ୍ରାହ୍ମଣ ଶାସନ) ଶାସନମାନଙ୍କର ପର୍ବଦିନ (ଯଥା - ଗହ୍ମାପୂର୍ଣ୍ଣିମା) ମାନଙ୍କରେ ଗ୍ରାମଠାକୁରଙ୍କ ଭୋଗର ହାକରା ବଣ୍ଟା ହେଲା ବେଳେ ଜଣେ ଜଣେ ମହାଜନଙ୍କ ନାମ ଡାକରା ହେଉଥାଏ। ସେ ମହାଜନ ଉପସ୍ଥିତ ହେଲାରୁ ସେବକ ତାଙ୍କ ହାତରୁ ତାଙ୍କ ପ୍ରାପ୍ୟ ହକରାର ଅଂଶ ଟେକି ଦିଏ। ହକରା ଡାକରା ହୋଇ ଦିଆଗଲାବେଳେ କୌଣସି ମହାଜନ ଉପସ୍ଥିତ ନ ଥିଲେ, ତାଙ୍କ ହକରା ରହିତ କରାଯାଇ ତାଙ୍କୁ କିଛି ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ। ସେ ସେ ଅର୍ଥଦଣ୍ଡ ନ ଦେଲେ ତାଙ୍କର ପାରମ୍ପାରିକ ହକରା ପାଇବା ସ୍ୱତ୍ୱରୁ ସେ ବଞ୍ଚିତ ହୁଅନ୍ତି। ସେହି ଅର୍ଥଦଣ୍ଡକୁ ଅସ୍ତାତା କହନ୍ତି। Fine imposed on a Brāhmaṅa villager of purī Ṡāsana-villages who does not attend in time to take delivery of his share of the common offering to the village-deity.
  2. ରାହାଙ୍ଗଶାସନରେ ସ୍ଥାୟୀ ଭାବରେ ବାସ କରୁ ନ ଥିବା ଟଙ୍କିଦାରମାନଙ୍କ ନିକଟକୁ ପ୍ରେରିତ ହେବା ହକରା The allotment of a share of the common offering to the village-deity which is sent to non-resident Taṅkidārs of a Sāsana-village.
2180 ଅଥାନ
  1. Athāna (ଦେ.ବି.) - ଅସ୍ଥାନ; ମନ୍ଦ ସ୍ଥାନ Evil place.
  2. ଅଯୋଗ୍ୟ ସ୍ଥାନ Unfit palce.
  3. ଅସୁବିଧାଜନକ ସ୍ଥାନ Inconvenient place.
  4. ଦେହର ମର୍ମସ୍ଥାନ Vital or vulnerable part of the body.
  5. ଦେହର ଗୁପ୍ତସ୍ଥାନ (ଗୁହ୍ୟଦ୍ୱାର, ଲିଙ୍ଗ)  Private part of the body.
  6. ଅନିର୍ଦ୍ଦିଷ୍ଟ ସ୍ଥାନ Uncertain place.
  7. (ଦେ.ବିଣ.) - ସ୍ଥାନାନ୍ତିତ Transferred from one place to another.
  8. ଆଶ୍ରୟହୀନ Helpless.
  9. ଗୃହଶୂନ୍ୟ Homeless.
Page 436 of 605



expoodisha.com

 

Other Dictionary