| 2166 |
ଅଥରୁଆ |
- Atharuā (ଦେ.ବିଣ.) - ଯେ ଡରରେ ଥରଥର ହୁଏ ନାହିଁ; ଯେ ଡରକୁଳା ନୁହେଁ; ନିର୍ଭୟ Dauntless; fearless.
|
| 2167 |
ଅଥର୍ପା |
Also : [ ଅଥରପା ]
- Atharpā (ଦେ.ବିଣ.) - ଯେଉଁ ବ୍ୟକ୍ତି ଠିଆ ହେଲେ ଥରଥର ହୁଏ Of tremulous gait; nervous.
- ଯାହାର ପାଦବିକ୍ଷେପ ସ୍ଥିର ନୁହେଁ Of weak or uncertain foothold.
- ଅସ୍ଥିରମନା Fickleminded.
- ଆଗପଛ ବିଚାରହୀନ Reckless.
|
| 2168 |
ଅଥର୍ବ |
- Atharba (ସଂ.ବି.) - (ଅଥ=ବେଦାଦିର ପ୍ରାରମ୍ଭିକ ମଙ୍ଗଳସୂଚ ଶବ୍ଦ+ ରୁ ଧାତୁ=ଚିତ୍କାର କରିବା+କର୍ତ୍ତୃ. ବନ୍= ଅଥର୍ବନ୍) ଅଗ୍ନି ଓ ସୋମପୂଜକ ପୁରୋହିତ A priest who worships the fire and the Soma Deities.
- ବ୍ରାହ୍ମଣ A Brāhamana.
- ବ୍ରହ୍ମାଙ୍କ ମୁଖରୁ ଜାତ ଜ୍ୟେଷ୍ଠ ପ୍ରଜାପତି Name of the eldest son born of Brahmā's mouth and a projenitor of mankind. [ଏ ପ୍ରଥମେ ବ୍ରହ୍ମାଙ୍କଠାରୁ ବ୍ରହ୍ମବିଦ୍ୟା ଶିକ୍ଷା କରି ଅଥର୍ବ ବେଦ ରଚନା କରିଥିଲେ। ଏହାଙ୍କର ଏକ ସ୍ତ୍ରୀ ଶାନ୍ତି ଓ ଅନ୍ୟ ସ୍ତ୍ରୀ ଚିତ୍ତ। କେହି କେହି ଏହାକୁ ଅଗ୍ନିଙ୍କ ପିତା ଅଙ୍ଗିରା ବୋଲି କହନ୍ତି]
- ଚତୁର୍ଥ ବେଦ The name of the fourth Beda. [ ଏହି ବେଦର ଅନେକ ତାନ୍ତ୍ରିକ ଅଭିଚାର ମନ୍ତ୍ର ଓ ଆପଦରୁ ରକ୍ଷା ପାଇବାପାଇଁ ଅନେକ ସ୍ତୋତ୍ର ଅଛି। ଏହାର ୯ଟି ଶାଖା; ୫ଟି କଳ୍ପ; ୨୬ଟି କାଣ୍ଡ ଓ ୫୨ଟି ଉପନିଷଦ ଅଛି। ଅନ୍ୟ ବେଦମାନଙ୍କର ବହୁକାଳ ପରେ ଏ ବେଦ ରଚିତ ହୋଇଥିବାର ପଣ୍ଡିତମାନେ କହନ୍ତି। ଏଥିରେ ମୁଷଳମାନଙ୍କ ଉପାସ୍ୟ 'ଆଲ୍ଲା' ନାମଧାରୀ ପରମେଶ୍ୱରଙ୍କ ସୂକ୍ତ ଅଛି।]
- ଶିବ; ମହାଦେବ The God Siba.
- ବଶିଷ୍ଠ ଋଷି The sage Baṡishtha.
- (ଦେ.ବିଣ.) - (ଅଥର୍ବର ଏକ ଅର୍ଥ ଶିବ ଥିବାରୁ ଶିବଙ୍କର ଏକ ନାମ ସ୍ଥାଣୁ ଥିବାରୁ ଓ ସ୍ଥାଣୁର ଏକ ଅର୍ଥ ଥୁଣ୍ଟାଗଛ ଥିବାରୁ)— ସ୍ଥାଣୁ ବା ଶିବଲିଙ୍ଗ ପରି ହସ୍ତପଦାଦି ଅଙ୍ଗପ୍ରତ୍ୟଙ୍ଗ ରହିତ Limbless.
- ରୋଗ ବା ବାର୍ଦ୍ଧକ୍ୟରୁ ଚଳତଶକ୍ତିହୀନ Unable to move owing to disease or old age.
- ଅତିବୃଦ୍ଧ Very old; decrepit; infirm.
|
| 2169 |
ଅଥର୍ବଣ |
- Atharbaṇa (ସଂ.ବି.) - ଶିବ; ମହାଦେବ God Ṡiva.
- (ଭାଗବତ ଷଷ୍ଠ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣିତ) ଦଧୀଚି ଋଷି; (ଋଷିବିଶେଷ; ଏ ଦେବତାମାନଙ୍କ ଅନୁରୋଧରେ ଶରୀର ତ୍ୟାଗ କରିବାରୁ ଏହାଙ୍କ ଅସ୍ଥିରୁ ଇନ୍ଦ୍ର ବଜ୍ର ପ୍ରସ୍ତୁତ କରି ବୃତ୍ରାସୁରକୁ ବଧ କଲେ) Name of a sage Dadhīchi.
|
| 2170 |
ଅଥର୍ବବେଦ |
Also : [ ଅଥର୍ବ ]
- Atharbabeda (ସଂ.ବି.) - (ଅଥ=ବେଦାଦିର ପ୍ରାରମ୍ଭିକ ମଙ୍ଗଳସୂଚ ଶବ୍ଦ+ ରୁ ଧାତୁ=ଚିତ୍କାର କରିବା+କର୍ତ୍ତୃ. ବନ୍= ଅଥର୍ବନ୍) ଅଗ୍ନି ଓ ସୋମପୂଜକ ପୁରୋହିତ A priest who worships the fire and the Soma Deities.