Language Section

 

 

 

 

 

 

Dictionary : View_page

ID Main Word Content
2181 ଅଥାନନ୍ତର
  1. Athānantara (ସଂ.ଅ.) - ବର୍ତ୍ତମାନ Now .
2182 ଅଥାନ ଫୁଙ୍ଗୁଳା

Also : [ ଅଥାନ ଫାଙ୍ଗୁଳା ]

  1. Athāna phṅguḻā (ଦେ.ବିଣ.) - ଯେଉଁ ବ୍ୟକ୍ତି ଜିନିଷପତ୍ର ଅସ୍ଥାନ ବା ଅନିର୍ଦ୍ଦିଷ୍ଟ ସ୍ଥାନରେ ପକାଏ ବା ରଖେ; ଯେଉଁ ଜିନିଷ ଯେଉଁଠାରେ ରହିବାର, ସେଠାରେ ନ ରଖି ଅନ୍ୟ ସ୍ଥାନରେ ଜିନିଷମାନ ରଖେ (a person) Who does not keep articles in their proper places.
  2. ଗର୍ହୁସିଆର୍; ଅସାବଧାନ (ବ୍ୟକ୍ତି) Careless.
  • ଅଥାନ ଫୁଙ୍ଗୁଳୀ / ଅଥାନ ଫାଙ୍ଗୁଳୀ (ସ୍ତ୍ରୀ)
2183 ଅଥାନ ବାଉଳା
  1. Athāna bāuḻā (ଦେ.ବିଣ.) - ଯେଉଁ ବ୍ୟକ୍ତି ଏକ ସ୍ଥାନରେ ଥିବା ବସ୍ତୁକୁ ଅନ୍ୟ ସ୍ଥାନରେ ଖୋଜେ (a person) Who searches for things in the wrong places.
  2. ଯେଉଁ ବ୍ୟକ୍ତି କୌଣସି ପଦାର୍ଥକୁ ଏକ ସ୍ଥାନରେ ରଖିଦେଇ ଅନ୍ୟ ସ୍ଥାନରେ ଖୋଜେ . (a person) Who searches for a thing which he puts in one place, in some different place.
  3. ବିସ୍ମରଣଶୀଳ; ଭୋଳା Forgetful.
  4. କାର୍ଯ୍ୟକ୍ରମରେ ଶୃଙ୍ଖଳାହୀନ Unmethodical in work.
  • ଅଥାନ ବାଉଳୀ (ସ୍ତ୍ରୀ)
2184 ଅଥାନୀ

Also : [ ଅଥାନିଆଁ ]

  1. Athānī (ଦେ.ବିଣ.) - ଯେଉଁ ବ୍ୟକ୍ତି କୌଣସି ସ୍ଥାନର ସ୍ଥାୟୀ ଅଧିବାସୀ ନୁହେଁ; ଅସ୍ଥାନୀୟ Non-resident; not a permanent resident of a place; not local.
  2. ଯେଉଁ ବ୍ୟକ୍ତି ଏକ ସ୍ଥାନରେ ଚିରସ୍ଥାୟୀରୂପେ ବାସ କରେ ନାହିଁ Not permanently taking up his residence at a place.
  3. ଯାହାର ସ୍ଥାୟୀ ଘର ନାହିଁ Having no permanent residence.
  4. ଗୃହଶୂନ୍ୟ; ଅଘରିଆ Homeless.
  5. ଯେ ସତତ ଆପଣା ବାସସ୍ଥାନକୁ ପରିବର୍ତ୍ତନକରେ; ଯାଯାବର Wandering; roving often; changing one's residence.
  6. ମନ୍ଦ ଅଞ୍ଚଳର ଅଧିବାସୀ Residing at a notorious place or locality.
2185 ଅଥାର
  1. Athāra (ଦେ.ବିଣ.) - ନିଆଁ ଉପରେ ବସାଯାଇଥିବା ପାଣିହାଣ୍ଡି ମୁହଁରେ କନା ବାନ୍ଧି, ପାଣିରୁ ବାହାରୁ ଥିବା ବାମ୍ଫ ଦ୍ୱାରା ସିଝିବା ପାଇଁ କନା ଉପରେ ପିଠଉ ରଖି ପିଠା ତିଆରି କରିବା ପ୍ରାଣାଳୀ A mode of preparing cakes by steaming.
  2. ଏଣ୍ଡୁରି, ମଣ୍ଡା, ଗଇଣ୍ଠା ପିଠାକୁ ବାମ୍ଫଦ୍ୱାରା ସିଝାଇବା ପାଇଁ ମୁହଁରେ କନା ବନ୍ଧା ହୋଇଥୁବା ଅର୍ଦ୍ଧଜଳପୂର୍ଣ୍ଣ ହାଣ୍ଡି An earthen pot half-filled with water over the mouth of which is spread a tight piece of rag for steaming cakes.
  • ଅଥାର କନା ଏଣ୍ଡୁରି ଆଦି ପିଠା ସିଝାଇବା ପାଇଁ ଅଥାର ହାଣ୍ଡି ମୁହଁରେ ଦୃଢ଼ ହୋଇ ବନ୍ଧାହୋଇଥିବା କନା ବା ବସ୍ତ୍ରଖଣ୍ଡ A piece of cloth tied tightly over the mouth of a pot half-filled with water to prepare cakes by strem.
  • ଅଥାର ପିଠା - ଅଥାର ପ୍ରଣାଳୀରେ ସିଝାଯାଇ ପ୍ରସ୍ତୁତ କରାଯାଇ ଥିବା ପିଠା Steamed cake.
  • ଅଥାର ବସାଇବା - ଅଥାରପିଠା କରିବା ପାଇଁ ଜଳଦ୍ୱାରା ଅର୍ଦ୍ଧପୂର୍ଣ୍ଣ ହାଣ୍ଡି ମୁହଁରେ ଅଥାରକନା ବାନ୍ଧି ହାଣ୍ଡିକୁ ଚୁଲି ଉପରେ ସ୍ଥାପନ କରିବା  To set a pot (half-filled with water and the mouth of which is tied with a piece of cloth) over the oven to steam a cake.
Page 437 of 605



expoodisha.com

 

Other Dictionary