| 2186 |
ଅଥାରମୁହାଁ |
- Athāramuhāñ (ଦେ.ବିଣ.) - ଯେଉଁ ବ୍ୟକ୍ତିର ମୁହଁ ଅଥାରହାଣ୍ଡିର ମୁହଁ ପରି ଚଟକା ଓ ଅସୁନ୍ଦର Flat faced (person)
- ଯେଉଁ ବ୍ୟକ୍ତିର ମୁହଁ ଅଭିମାନ ବା କ୍ରୋଧରେ ଅଥାର ହାଣ୍ଡି ପରି ବିକଟ ହୋଇଥାଏ Scowling; frowning.
|
| 2187 |
ଅଥାରସିଝା |
- Athārasijhā (ଦେ.ବି.) - ଅଥାରପ୍ରଣାଳୀରେ ପିଠା ବା ବଡ଼ ମାଛ ବା ମାଂସ ଆଦି ସିଝାଇବା Steaming of cakes, fish and meat over a pot.
- (ଦେ.ବିଣ.) - ଅଥାର ପ୍ରଣାଳୀରେ ସିଝା ଯାଇଥିବା (ପିଠା, ମାଛ ଆଦି) Steamed on a pot; steamed.
|
| 2188 |
ଅଥାରୁଆ |
- Athāruā (ଦେ.ବିଣ.) - ଓଥରା; ଦରବୁଢ଼ା ହେବା ଯାକେ ବିଭା ହୋଇନଥିବା (ବ୍ୟକ୍ତି) (a person) Who remains a bachelor till a very late age.
- ମୃତଦାର widower.
|
| 2189 |
ଅଥିତ |
- Athita (ଗ୍ରା.ବିଣ.) - ଅସ୍ଥିତ; ଯେ କୌଣସି ସ୍ଥାନ ଅଧିକାର କରେ ନାହିଁ Immaterial; not occupying any space.
|
| 2190 |
ଅଥିର |
- Athira (ଗ୍ରା.ବିଣ.) - ଅସ୍ଥିର Restless.
- ଅଧୀର Impatient.
- ଚପଳ Fickle.
- ଅନିଶ୍ଚିତ Unsettled.
- ଉତ୍କଣ୍ଠିତ Anxious.
- ଦୁଃଖିତ Afflicted.
|