Language Section

 

 

 

 

 

 

Dictionary : View_page

ID Main Word Content
1076 ଅଙ୍ଗଲଗା

Also : [ ଅଙ୍ଗଛୁଆଁ ]

  1. Aṅgalagā (ଦେ.ବିଣ.) ଅଙ୍ଗସେବାକାରୀ (ଦାସ/ଦାସୀ); ଶ୍ରୀଅଙ୍ଗ ଖଟଣୀ (ସେବକ)  Personal (servant) rendering personal service to the master.
  2. ରାଜା ଯେଉଁ ଦାସୀ ସଙ୍ଗେ ସହବାସ କରନ୍ତି  (a maid servant) treated as a concubine.
1077 ଅଙ୍ଗଲଗା ଦାସୀ
  1. Aṅgalagā dāsī (ଦେ.ବି.) - ରାଜା ବା ରାଣୀଙ୍କୁ ବେଶ କରିବା ଓ ମର୍ଦ୍ଦନ କରିବା କର୍ମରେ ନିଯୁକ୍ତା ଦାସୀ A maid-servant who attends to the toilet of a Rājā or a Rāṇī a personal maid servant.
  2. ରାଜାଙ୍କ ରକ୍ଷିତା ଦାସୀ; ରାଜାଙ୍କ ଅଙ୍ଗସଙ୍ଗଦ୍ୱାରା ସମ୍ମାନିତା ଦାସୀ; ପୋଇଲୀ A concubine of a Rājā.

    [ ଦ୍ର ]  ଘନିଷ୍ଠତାର ଅଳ୍ପତା ଓ ଆଧିକ୍ୟ ଅନୁସାରେ ଏ ଅଙ୍ଗଲଗା ଦାସୀମାନଙ୍କର ଭିନ୍ନ ଭିନ୍ନ ନାମକରଣ ଓ ଗ୍ରେଡ୍ ହୋଇଥାଏ; ଯଥା - ଛାମୁଆ, ଫୁଲବାଇ, ଖଟବାଇ, ଝରା, ଫୁଲମଣ୍ଡା।
1078 ଅଙ୍ଗଲତା
  1. Aṅgalatā  (ସଂ.ବି.) -. (ଲତା ପରି ସରୁ ଓ ସୁନ୍ଦର ଅଙ୍ଗ)  ସୁକୁମାର ବା କମନୀୟ ଶରୀର Delicate limbs. 
1079 ଅଙ୍ଗଲାଗି
  1. Aṅgalāgi (ଦେ.ବି.) - (ଦେବତା ଓ ରାଜାଙ୍କ ପ୍ରତି ପ୍ରଯୁଜ୍ୟ; ଅଙ୍ଗ+ ଲଗା ଧାତୁ) ରାଜା ବା ଦେବତାଙ୍କ ଶ୍ରୀଅଙ୍ଗରେ ଲାଗିବା ବା ବ୍ୟବହୃତ ହେବା Personal use of a King or a Deity.
  2. (ଦେ.ବିଣ.) - ଦେବତା ବା ରାଜା ରାଣୀଙ୍କ ପରିହିତ ବା ବ୍ୟବହୃତ  Used or worn by a King or a Deity. 
1080 ଅଙ୍ଗଶୁଦ୍ଧି

Also : [ ଅଙ୍ଗମାର୍ଜ୍ଜନ ]

  1. Aṅgaṡuddhi  (ସଂ.ବି.) -  ଅଙ୍ଗମାର୍ଜନ; ହଳଦୀ, ସାବୁନ ଆଦି ଦ୍ୱାରା ଦେହକୁ ସଫା କରିବା Cleansing of the body; toilet.
Page 216 of 605



expoodisha.com

 

Other Dictionary