| 1086 |
ଅଙ୍ଗସଙ୍ଗୀ |
- Aṅgasaṅgī (ସଂ.ବିଣ.) - ସହବାସକାରୀ; କୌଣସି ବ୍ୟକ୍ତିକୁ ମୈଥୁନକାରୀ Having sexual intercourse with; copulating; cohabiting.
- (ଦେ.ବି.) - ଘନିଷ୍ଠ ସଙ୍ଗୀ; ଦୋସ୍ତ Booncompanion; very intimate companion.
|
| 1087 |
ଅଙ୍ଗସେବକ |
- Aṅgasebaka (ସଂ.ବିଣ.) -ପୁରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ଛୁଇଁ ସେବା କରିବା ସେବକ ବିଶେଷ; ପଶୁପାଳକ ସେବକ (ଏମାନେ ଦେବତାଙ୍କୁ ଲୁଗା ଓ ଅଳଙ୍କାର ଲାଗି ଓ ଉଲାଗି କରନ୍ତି) A class of personal servants of the deity Jagannātha at Puri.
- ଅଙ୍ଗସେବାକାରୀ (ଦାସ/ଦାସୀ); ଶ୍ରୀଅଙ୍ଗ ଖଟଣୀ (ସେବକ) Personal (servant) rendering personal service to the master.
- ରାଜା ଯେଉଁ ଦାସୀ ସଙ୍ଗେ ସହବାସ କରନ୍ତି (a maid servant) treated as a concubine.
|
| 1088 |
ଅଙ୍ଗସେବା |
- Aṅgasebā (ସଂ.ବି.) - (ରାଜା ବା ଦେବତା) ଶ୍ରୀଅଙ୍ଗ ଛୁଇଁ ଯେଉଁ ସେବା କରାଯାଏ Personal service rendered to one's master to a deity.
|
| 1089 |
ଅଙ୍ଗସୌଷ୍ଠବ |
- Aṅgasa̲u̲shthaba (ସଂ.ବି.) - ଦେହର ସୁନ୍ଦର ଓ ସମାନ ଗଠନ Lovely symmetry of one's limbs.
- ସୁନ୍ଦର ରୂପ; ଶରୀର ଲାବଣ୍ୟ Bodily grace; lovely body.
|
| 1090 |
ଅଙ୍ଗସ୍ତନା |
- Aṅgastanā (ପ୍ରାଦେ. (କଟକ) - (ମୁସଲମାନଙ୍କର ବ୍ୟବହୃତ ଶବ୍ଦ; ବିବାହଉପଲକ୍ଷରେ ବର କନ୍ୟାଙ୍କୁ ଉପହାରରୂପରେ ପ୍ରଦତ୍ତ) ହାତର ବୁଢ଼ା ଆଙ୍ଗୁଠିରେ ପିନ୍ଧାଯିବା ମୁଦି Finger-ring for the thumb.
|