| 3381 |
ଅନୁତାପୀ |
Also : [ ଅନୁତପ୍ତ ]
- Anutāpī (ସଂ.ବିଣ.) - ଅନୁତାପଗ୍ରସ୍ତ; ଯେ ପଶ୍ଚାତ୍ତାପ କରୁଅଛି; ପସ୍ତାଉଥିବା Repenting; repentant; remorseful; penitent.
- ଦୁଃଖିତ Pained; sorry; sorrowing.
|
| 3382 |
ଅନୁତ୍ତମ |
- Anuttama (ସଂ.ବିଣ.) - ଅଧମ; ମନ୍ଦ Not good; bad.
- ନିକୃଷ୍ଟ Inferior.
- (ବହୁବ୍ରୀହି; ନାହିଁ ଉତ୍ତମ ଯାହାଠାରୁ) ଅତ୍ୟୁତ୍କୃଷ୍ଟ; ଅତ୍ୟୁତ୍ତମ Very good; excellent.
- ଉତ୍ତମ - (ବିପରୀତ)
- ଅନୁତ୍ତମା - (ସ୍ତ୍ରୀ)
|
| 3383 |
ଅନୁତ୍ତର |
- Anuttara (ସଂ.ବିଣ.) - (ବହୁବ୍ରୀହି) ତୃଷ୍ଣୀଂଭୂତ Silent.
- ହଦ୍ ଜବାବ୍; ଯେ ଉତ୍ତର ବା ଜବାବ୍ ଦିଏ ନାହିଁ Unreplying; without a reply.
- (ନାହିଁ ଉତ୍ତର=ଉତ୍ତମ ଯାହାଠାରୁ) ସର୍ବଶ୍ରେଷ୍ଠ Best of all.
- (ନଞ ତତ୍) ଉତ୍ତରର ବିପରୀତ ଅର୍ଥାତ୍ ଦକ୍ଷିଣ ଦିଗର Southern; opposite to North.
- (ସଂ.ବି.) - ଉତ୍ତର ନ ଦେବା Not replying.
|
| 3384 |
ଅନୁତ୍ତାନ |
- Anuttāna (ସଂ.ବିଣ.) - (ବହୁବ୍ରୀହି; ନ+ଉତ୍ତାନ) ମୁଁହ ମାଡ଼ି ଶୋଇଥିବା (ବ୍ୟକ୍ତି) Lying with the face downwards.
|
| 3385 |
ଅନୁତ୍ଥାନ |
- Anutthāna (ସଂ.ବି.) - ଉତ୍ଥାନ - ରାହିତ୍ୟ; ଉଠି ନ ପାରିବା ଅବସ୍ଥା; ଏକ ସ୍ଥାନରେ ପଡ଼ି ରହିବା The state of not rising; non-rising.
- ଚେଷ୍ଟା - ରାହିତ୍ୟ Non-exertion; inertness.
- ଅନୁତ୍ଥିତ - (ପୁଂ)
- ଅନୁତ୍ଥାନା - (ସ୍ତ୍ରୀ)
|