| 3386 |
ଅନୁତ୍ଥିତ |
- Anutthitā (ସଂ.ବିଣ.) - ଅନୁଦିତ Not risen.
- ଶୁପ୍ତ; ଶୋଇଥିବା Sleeping; supine.
- ଶଯ୍ୟାରୁ ଉଠି ନ ଥିବା Not got up from bed.
- ଯାହା ଉଦ୍ରିକ୍ତ ବା ଉତ୍ଥିତ ହୋଇ ନାହିଁ Not excited.
- ଅଦୃଷ୍ଟ Not appearing; not yet visible
|
| 3387 |
ଅନୁତ୍ପତ୍ତି |
- Anutpatti (ସଂ.ବି.) - ଉତ୍ପତ୍ତି ବା ଆର୍ବିଭାବର ଅଭାବ Non-production.
- (ସଂ.ବିଣ.) - (ବହୁବ୍ରୀହି) ଯାହାର ଉତ୍ପତ୍ତି ବା ଜନ୍ମ ହୋଇ ନାହିଁ Unborn; unproduced.
- ଯାହାର ଜନ୍ମ ବା ଆରମ୍ଭ ଅନିର୍ଦ୍ଦେଶ୍ୟ Of untraceable birth or origin.
|
| 3388 |
ଅନୁଦୟ |
- Anudaya (ସଂ.ବି.) - ଅନୁତ୍ଥାନ Non-rising.
- ସୂର୍ଯ୍ୟୋଦୟ ପ୍ରାକ୍କାଳ Time just before sun-rise.
- (ସଂ.ବିଣ.) - (ବହୁବ୍ରୀହି) ଅଣଉଦିଆ; ସୂର୍ଯ୍ୟୋଦୟର ପୂର୍ବ କାଳୀନ Previous to sun-rise.
- (ସଂ.ବି.) - ଉତ୍ଥାନ - ରାହିତ୍ୟ; ଉଠି ନ ପାରିବା ଅବସ୍ଥା; ଏକ ସ୍ଥାନରେ ପଡ଼ି ରହିବା The state of not rising; non-rising.
- ଚେଷ୍ଟା - ରାହିତ୍ୟ Non-exertion; inertness.
|
| 3389 |
ଅନୁଦର |
- Anudara (ସଂ.ବିଣ.) - (ଯାହାର ଉଦର ନାହିଁ ବୋଲି କହିଲେ ଚଳେ; ଅର୍ଥାତ୍ ଯାହାର ଉଦର ଅତି ଛୋଟ ଥିବାରୁ କଟି ସରୁଆ ଦେଖାଯାଏ) କ୍ଷୀଣମଧ୍ୟ; କ୍ଷୀଣକଟି Thin waisted; lank loined.
- କୃଶ Emaciated; lank-loined.
- ଦୁର୍ବଳ Weak.
|
| 3390 |
ଅନୁଦାତ୍ତସ୍ବର |
- Anudāttaswara (ସଂ.ବିଣ.) - ଯାହା ଉଦାତ୍ତ ବା ଉଚ୍ଚସ୍ୱରବିଶିଷ୍ଟ ନୁହେ Unaccented.
- ନୀଚସ୍ୱରବିଶିଷ୍ଟ; ଯୋଗରେ ଉଚ୍ଚାରିତ ନ ହେବା ବର୍ଣ୍ଣ Pronounced in a low tone.
- (ବ୍ୟାକରଣ) ହ୍ରସ୍ୱ ବର୍ଣ୍ଣ Short (letter)
- (ସଂ.ବି.) - ହ୍ରସ୍ୱ ସ୍ୱର Short vowel.
- ଯେଉଁ ଅକ୍ଷର ବା ବର୍ଣ୍ଣକୁ ଯୋର୍ରେ ଉଚ୍ଚାରଣ କରାଯାଏ ନାହିଁ Unaccented vowel.
- ଗମ୍ଭୀର ଧ୍ୱନି Grave accent.
[ ଦ୍ର-୧ ] ସଂସ୍କୃତ ବୈଦିକ ବ୍ୟାକରଣରେ ସ୍ୱର ବର୍ଣ୍ଣମାନଙ୍କୁ ସ୍ୱର ବା ଧ୍ୱନି ଭେଦରେ ତିନି ଶ୍ରେଣୀରେ ବିଭକ୍ତ କରା ଯାଇଅଛି। ଯଥା -ଉଦାତ୍ତ=ଉଚ୍ଚ; ଦୀର୍ଘ; ଅନୁଦାତ୍ତ=ହ୍ରସ୍ୱ ଓ ସ୍ୱରିତ=ନୁହେ ଦୀର୍ଘ ବା ନୁହେ ହ୍ରସ୍ୱ।
[ ଦ୍ର-୨ ] ସ୍ୱର ବର୍ଣ୍ଣର ବୈଦିକ ଉଚ୍ଚାରଣ ଧ୍ୱନି ତିନି ପ୍ରକାର ଥିଲା; ଯଥା - ଉଦାତ୍ତ, ଅନୁଦାତ୍ତ ଓ ସ୍ୱରିତ।
|