| 3371 |
ଅନୁଜିଘୃକ୍ଷା |
- Anujīghṛukshā (ସଂ.ବି.) - ଅନୁଗ୍ରହ କରିବାର ଇଚ୍ଛା Desire to show favour.
|
| 3372 |
ଅନୁଜୀବୀ |
- Anujībī (ସଂ.ବିଣ.) - ଯେ ଅନ୍ୟକୁ ଅବଲମ୍ବନ କରି ବଞ୍ଚେ ବା ଜୀବିକା ନିର୍ବାହ କରେ; ଆଶ୍ରିତ; ଅନୁବର୍ତ୍ତୀ Dependent upon another.
- (ସଂ.ବି.) - ଭୃତ୍ୟ; ସହଚର Servent; attendant; companion.
- ଗୃହ ସ୍ୱାମୀଦ୍ୱାରା ପୋଷିତ ବ୍ୟକ୍ତିଗଣ Dependents of family.
|
| 3373 |
ଅନୁଜ୍ଜ୍ବଳ |
- Anujjwaḻa (ସଂ.ବିଣ.) - ଯାହା ଉଜ୍ଜ୍ୱଳ ନୁହେ; ଜ୍ୟୋତିର୍ହୀନ Not bright.
- ଆଲୋକହୀନ Not luminous.
- ଜାଲୁଜାଲୁଆ ଦେଖାଯାଉଥିବା Dim.
|
| 3374 |
ଅନୁଜ୍ଞା |
- Anuj̄n̄ā (ସଂ.ବି.) - ଆଜ୍ଞା Command; order; injunction.
- ସମ୍ମତିପ୍ରଦାନ Give of consent.
- ଅନୁମତି Permission.
- ସ୍ୱୀକାର Agreement.
- ମଞ୍ଜୁରି Approval.
- (ବ୍ୟାକରଣ) ଅନ୍ୟକୁ ଆଦେଶ ଦେବା ବା ଅନୁରୋଧ କରିବା ଅର୍ଥକ କାଳ ବା କ୍ରିୟାର ରୂପ (grammar) Imperative mood of a verb denoting request or command.
|
| 3375 |
ଅନୁଜ୍ଞାତ |
- Anujn̄āta (ସଂ.ବିଣ.) - ଅନୁଜ୍ଞାପ୍ରାପ୍ତ; ଅଜ୍ଞାପ୍ତ (ବ୍ୟକ୍ତି); ଯେଉଁ ବ୍ୟକ୍ତିକୁ ଅନୁଜ୍ଞା ଦିଆ ଯାଇଅଛି Commanded; directed or permitted (person).
- ଯେଉଁ ବିଷୟରେ ଆଜ୍ଞା ବା ଅନୁମତି ମିଳିଅଛି Permitted; ordered (matter)
|