| 2511 |
ଅଧାରଣକ |
- Adhāraṇaka (ସଂବିଣ.) - ଯହିଁରେ ଲାଭ ମିଳେ ନାହିଁ; ଯାହା ଭଲ ଲାଭଜନକ ନୁହେ Not profitable.
|
| 2512 |
ଅଧାରୁଆ |
- Adhāruā (ଦେ.ବିଣ.) - ଯେଉଁ ବ୍ୟକ୍ତି ଧାରୁଆ ବା ଋଣୀ ନୁହେଁ Not indebted; free from debt.
- (ଅ+ଓ. ଧାର+ଓ. ପ୍ରତ୍ୟୟ. ଉଆ) ଅତୀକ୍ଷ୍ଣ; ଅଦାଡ଼ୁଆ Not edged; blunt.
- (ଅର୍ଦ୍ଧ+ରୋପିତ) ଯେଉଁ ବିଲ ବା କିଆରିରେ ଧାନତଳି ରୁଆ କାର୍ଯ୍ୟ ଶେଷ ହୋଇ ନାହିଁ (a field) In which the transplantation of paddy seedlings has not been completed.
|
| 2513 |
ଅଧାର୍ତା |
Also : [ ଅଧାରୁଆ ]
- Adhārtā (ଗ୍ରା.ବିଣ.) - ଯେଉଁ ବ୍ୟକ୍ତି କାହାଠାରୁ ଧାର କରି ନାହିଁ; ଅଋଣୀ Not indebted to any person.
|
| 2514 |
ଅଧାର୍ତାବନ୍ଧା |
- Adhārtābandhā (ଗ୍ରା.ବିଣ.) - ଅଧାର୍ତା; ଅଋଣୀ Not in debt.
- ଯେଉଁ ବ୍ୟକ୍ତି କାହାଠାରୁ ଋଣ କରି ନାହିଁ କିମ୍ବା କାହା ନିକଟରେ ଅନ୍ୟ ପାଇଁ ଜାମିନ୍ ହୋଇ ନାହିଁ (a person) Who is neither indebted nor encumbered by any liability.
- ଯାହା ଉପରେ କୌଣସି ଦାୟିତ୍ୱ ବା ଝୁଙ୍କି ନାହିଁ Not saddled with any responsibility.
- ଜାମିନ୍ ବା ବନ୍ଧକ ଆଦିଦ୍ୱାରା ଆବଦ୍ଧ ହୋଇ ନ ଥିବା (ସମ୍ପତ୍ତି) Unencumbered; (property) having no encumbrance on it.
|
| 2515 |
ଅଧାସଇ |
Also : [ଅଧାସୋଇ, ଅଧାସରି ]
- Adhāsai (ଗ୍ରା.ବିଣ.) - ଅଧେ ପର୍ଯ୍ୟନ୍ତ ଭିତରକୁ ପୂରା ଯାଇଥିବା Half-thrust.
- ଅର୍ଦ୍ଧସମାପ୍ତ Half-finished.
- ଅର୍ଦ୍ଧେକ ପର୍ଯ୍ୟନ୍ତ ଖର୍ବୀକୃତ Reduced to or diminished by half.
- ଅର୍ଦ୍ଧପର୍ଯ୍ୟନ୍ତ ପୂର୍ଣ୍ଣ Half-filled.
- ଅର୍ଦ୍ଧସୀମା ପର୍ଯ୍ୟନ୍ତ Upto half the limit.
- ପ୍ରାୟ ଅଧେ Nearly half; by about half.
|