Language Section

 

 

 

 

 

 

Dictionary : View_page

ID Main Word Content
2521 ଅଧିଆ ପଡ଼ିବା
  1. Adhiā paṟḍ̠ibā (ଦେ.କ୍ରି.)ଅଭୀଷ୍ଟ ଫଳ କାମନାପୂର୍ବକ ଦେବତାଙ୍କ ଠାରୁ ସ୍ୱପ୍ନାଦେଶ ପାଇବା ପର୍ଯ୍ୟନ୍ତ କୌଣସି ଦେବତାଙ୍କ ନିକଟରେ ଉପବାସ ବା ଅର୍ଦ୍ଧାଶନରେ ପଡ଼ି ରହିବା To lie prostrate before a deity till one gets one's desire.
2522 ଅଧିଆରୀ
  1. Adhiārī (ଦେ.ବି.)ଜଣକର ଛେଳିଛୁଆ ଗୋରୁ ବାଛୁରୀକୁ ଆଉ ଜଣେ ପାଳିବାକୁ ନେବାର ରୀତି; ଏଥିରେ ଏହି ସର୍ତ୍ତ ଥାଏ ଯେ, କିଛି ଦିନ ପରେ ବାଛୁରୀ ବା ଛେଳିଛୁଆ ବଢ଼ିଗଲେ ବିକ୍ରିଲବ୍ଧ ଧନରୁ ଜମା ଦିଆଯିବା ବେଳର ମୂଲ୍ୟ କଟି ଯାଇ ବାକି ଯାହା ବଳିବ ସେଥିରୁ ଅଧେ ଦ୍ରବ୍ୟ ସ୍ୱାମୀ ଓ ଅଧେ ପାଳକ ନେବେ A system of bringing up another person's calf or goat on condition that on the sale of the animal the profit will be divided half and half between the owner and the custodian.
2523 ଅଧିକ
  1. Adhika (ସଂ.ବିଣ.)(ଅଧ୍ୱକତା; ଆଧିକ୍ୟ) ଅଧିକା; ବେଶି Additional.
  2. ଅତି ବେଶି Excessive.
  3. ବହୁତ; ପ୍ରଚୁର Abundant; copious.
  4. ଅନେକ Many.
  5. ଅତିଭକ୍ତ; ଦରକାରୀ ଛଡ଼ା ବେଶି Superfluous; redundant.
  6. ଅପର୍ଯ୍ୟାପ୍ତ More than enough.
  7. ଅସାଧାରଣ ରୂପେ ବେଶି Inordinate.
  8. ସାଧାରଣ ଅପେକ୍ଷା ବିଶିଷ୍ଟ Peculiar; special; particular.
  9. (ଦେ.ବି.) - ଆତିଶଯ୍ୟ Excess.
  10. ପ୍ରାଚୁର୍ଯ୍ୟ Abundance; plenty.  
  11. ସୌଭାଗ୍ୟ; ଶ୍ରୀବୃଦ୍ଧି Prosperity; good fortune.
  12. ପ୍ରୟୋଜନାଧିକ୍ୟ; ଅତିରେକ Superfluity.
  13. ମଙ୍ଗଳ; ଶୁଭ Good.
  14. (ଦେ.ବିଣ.)ଅପେକ୍ଷାକୃତ ବଡ଼; ଅଧିକତର; ଅଧିକତମ Greater; greatest. (ସବୁ ତୀର୍ଥରୁଟି ଅଧିକ ଦ୍ୱାରକା)
  15. (ଦେ.କ୍ରି.ବିଣ,)ଅପେକ୍ଷାକୃତ ବଡ଼ରୂପେ More than; bigger than.
  16. (ଦେ.ଅ.) ପରନ୍ତୁ; ପକ୍ଷାନ୍ତରରେ On the other hand.
  17. ଅଧିକନ୍ତୁ; ଆହୁରି ମଧ୍ୟ  And also; moreover.
  18. କିନ୍ତୁ But.
  19. କିନ୍ତୁ ମଧ୍ୟ  But also.
  20. ଏହା ଛଡ଼ା Besides this. 
  • ଊନ - ବିପରୀତ
2524 ଅଧିକଉଁ ଅଧିକ
  1. Adhikauñ adhika (ଦେ.ବିଣ.) - ଆହୁରି ଅଧିକ Much more.
  2. ଅତି ଅଧିକ; ଢେର୍ ବେଶି Too much; excessive. 
  3. କ୍ରମଶଃ ଅଧିକତର Gradually increasing. (ଯଥା - ଦିନକୁ ଦିନ ତା ରୋଗ ଅଧିକଉଁ ଅଧିକ ହେଉଛି।)
  4. (ଦେ.ବି.) - ଐଶ୍ୱର୍ଯ୍ୟ; ଶ୍ରୀବୃଦ୍ଧି  Prosperity; affluence.
  5. ଅସରନ୍ତି ଧନ  Inexhaustible riches.
  6. ପ୍ରାଚୁର୍ଯ୍ୟ Plenty.
  7. (ଦେ.ଅ.)ଅତ୍ୟଧିକରୂପେ Excessively; too much.
  8. ଅପେକ୍ଷା ଅଧିକ More than.
  9. ପୁନଃପୁନଃ Again and again; repeatedly; over and over.
  10. ତହୁଁ ବଳି ତହୁଁ ବଳି One more than the other.
  11. ବେଶି ବେଶି More and more.
2525 ଅଧିକନ୍ତୁ
  1. Adhikantu (ସଂ.ଅ)ଏବଂ And.
  2. ଆହୁରି ମଧ୍ୟ; ଏବଂ ମଧ୍ୟ  And also; in addition.
  3. ପରନ୍ତୁ On the otherhand; moreover.
  4. ପୁନଶ୍ଚ Again.
  5. ବିଶେଷତଃ Specially.
Page 505 of 605



expoodisha.com

 

Other Dictionary