Language Section

 

 

 

 

 

 

Dictionary : View_page

ID Main Word Content
2451 ଅଧରବିନ୍ଦୁ
  1. Adharabindu (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅଧର ଚିତ୍ରିତ ବିନ୍ଦୁ) ସ୍ତ୍ରୀଲୋକମାନଙ୍କ ତଳ ଓଠ ବା ଥୋଡ଼ିରେ ଚିତ୍ରିତ କଳା ଟୋପି ବା କଳା ଚିତା (ଟିପା) Spot of black painted on the tip of the lip by women.
2452 ଅଧରବିମ୍ବ
  1. Adharabimba (ସଂ.ବି.) - ପକ୍ୱ ବିମ୍ବଫଳ ପରି ନାଲି ଓ ସୁନ୍ଦର ଓଠ; ଗୋଲାପୀ ଓଠ Rosy lip (compaed to a ripe Bimba fruit)
2453 ଅଧରମଧୁ

Also : [ ଅଧରାମୃତ ]

  1. Adharamadhu (ସଂ.ବି.) - (ମଧ୍ୟପଦଲୋପୀ); ଅଧରଜାତ ବା ଅଧର କଳ୍ପିତ ମଧୁ)  ଅଧରାମୃତ; ପ୍ରେମିକ ପ୍ରେମିକା ପରସ୍ପର ଅଧର ଚୁମ୍ବନ କରିବା ସମୟରେ ପରସ୍ପରଙ୍କ ଅଧରନିଃସୃତ ଲାଳ, ଯାହାକୁ ଅନ୍ୟୋଽନ୍ୟ ଆସ୍ୱାଦନ କରନ୍ତି (ଏବଂ ଯାହାକୁ ପରସ୍ପର ଭୋଳରେ ମଧୁ ବା ଅମୃତ ସଙ୍ଗେ ତୁଳନା କରନ୍ତି) The honey of the lips imbibed by lovers while kissing each other.
2454 ଅଧରମ

Also : [ ଅଧର୍ମ

  1. Adharama (ଗ୍ରା.ପଦ୍ୟ.) - ଧର୍ମ ବା ପୁଣ୍ୟର ଅଭାବ  Irreligion; impiety; unrighteousness.
  2. ଦୁଷ୍କୃତ; ପାପ Sin.  
  3. ଅନ୍ୟାୟ  Injustice.
  4. କର୍ତ୍ତବ୍ୟ ଲଙ୍ଘନ Breach of duty.
  5. ଆଇନ୍ ଲଙ୍ଘନ; ବେଆଇନି କାମ Breach of law; illegal act.
  6. ଅନ୍ୟାୟ କର୍ମ Unjust act.
  7. ଗୁଣର ଅଭାବ Absence of attributes.
  8. ସୂର୍ଯ୍ୟଙ୍କ ଅନୁଚର ପ୍ରଜାପତିବିଶେଷ (ଏ ବ୍ରହ୍ମାଙ୍କର ପୁତ୍ର; ଏହାଙ୍କ ସ୍ତ୍ରୀଙ୍କ ନାମ ହିଂସା ବା ମୃଷା) Name of an attendant of the Sun-God.
  9. (ସଂ.ବିଣ.) - ଗୁଣରହିତ Devoid of attributes.
  10. (ଦେ.ବିଣ.) - ପୁଣ୍ୟହୀନ  Impious.
  11. ପାପୀ Sinful.
  12. ଅନ୍ୟାୟାଚରଣଶୀଳ Unrighteous.
  13. ଧର୍ମଜ୍ଞାନଶୂନ୍ୟ Irreligious.
  14. ଅଧାର୍ମିକ (କର୍ମ) Impious; Sinful (act).
2455 ଅଧରମୀ
  1. Adharamī (ଗ୍ରା.ବିଣ.) - ଅଧାର୍ମିକ  Impious; irreligious.
  2. ନିଜ ଧର୍ମତ୍ୟାଗୀ  Deserting one's creed.
  3. ବିଧର୍ମୀ Professing a different creed.
Page 491 of 605



expoodisha.com

 

Other Dictionary