Language Section

 

 

 

 

 

 

Dictionary : View_page

ID Main Word Content
2446 ଅଧରତଃ
  1. Adharataḥ (ସଂ.) - ତଳେ; ନିମ୍ନରେ  Below; beneath.
2447 ଅଧରପଣା
  1. Adharpaṇā (ଦେ.ବି.) - [ଏ ପଣା ଯେଉଁ ହାଣ୍ଡିମାନଙ୍କରେ ଭୋଗ ଲାଗେ ସେ ହାଣ୍ଡିମାନ ପୂଜକର ଓଠ (ଅଧର) ପର୍ଯ୍ୟନ୍ତ ଉଚ୍ଚ ଥିବାରୁ ଏହି ନାମ; ସଂ. ଅଧର+ ପ୍ରପାନକ] ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ଥିବାବେଳେ ତାଙ୍କୁ ଭୋଗ ଲାଗି କରାଯିବା ପଣା Sweetened drink offered to the deities Jagannātha, Baḻabhadra & Subhadrā while they are on the cars during the car-festival.

2448 ଅଧରପତ୍ର
  1. Adharapatra (ସଂ.ବି.) - ପତ୍ର ପରି କମନୀୟ ଅଧରୋଷ୍ଠ Beautiful lip (Compared to a leaf).
2449 ଅଧରପାନ
  1. Adharapāna (ସଂ.ବି.) - (ପଞ୍ଚମୀ ତତ୍; ଅଧର ଚୁମ୍ବନପୂର୍ବକ ଅଧର ମଧୁ - ପାନ) ଓଷ୍ଠରେ ଚୁମ୍ବନ Kissing on the lower lip.
  2. ପ୍ରେମିକ ପ୍ରେମିକାଙ୍କର ଓଷ୍ଠଚୁମ୍ବନ ବା ଚୁମ୍ବିବା Sucking of each other's lower lips by lovers.
2450 ଅଧରବାସ

Also : [ ଅଧୋବସ୍ତ୍ର ]

  1. Adharabāsa (ସଂ.ବି.) - (ମଧ୍ୟଲୋପୀ; ଅଧର ପରିହିତ ବାସ) ନାଭି ତଳକୁ ପିନ୍ଧାଯିବା ଲୁଗା Clothes worn below the navel.
  2. ପୋଷାକ ତଳେ ଦେହକୁ ଲାଗି ପିନ୍ଧାଯିବା ଲୁଗା Under-wear.
Page 490 of 605



expoodisha.com

 

Other Dictionary