Adharāmṛuta (ସଂ.ବି.) - (ମଧ୍ୟପଦଲୋପୀ; ଅଧରରେ କଳ୍ପିତ ଅମୃତ) ଅଧର ମଧୁ; ପ୍ରେମିକ ପ୍ରେମିକାଙ୍କର ପରସ୍ପରଙ୍କ ଅଧରରୁ ଚୁମ୍ବିତ ମଧୁ ପରି କଳ୍ପିତ ଲାଳ The nectar-like moisture of the lips sucked by lover in ardent kissing.
(ଦେ.ବି) - ଗୁରୁଜନ ଓ ବିଶେଷତଃ ଦୀକ୍ଷାଗୁରୁ ଖାଇବା ପତ୍ରରେ ଛାଡ଼ି ଯାଇଥିବା ଉଚ୍ଛିଷ୍ଟ The remmants of food left on the plate by a spiritual preceptor.(ଯଥା - ଏହି ଅଧରାମୃତକୁ ଶିଷ୍ୟମାନେ ସେବାକରି କୃତାର୍ଥ ହୁଅନ୍ତି)