| 2456 |
ଅଧରସପତ୍ନ |
- Adharasapatna (ସଂ.ବିଣ.) - ଯାହାର ଶତ୍ରୁମାନେ ପରାଜିତ ହୋଇ ବା ମରି ତଳେ ପଡ଼ିଛନ୍ତି; ଯେ ଶତ୍ରୁମାନଙ୍କୁ ପରାଜିତ କରିଅଛି One whose enemise are worsted or silenced.
|
| 2457 |
ଅଧରସ୍ବସ୍ତିକ |
- Adharaswastika (ସଂ.ବି.) - ମନୁଷ୍ୟର ଗୋଡ଼ ତଳେ ପୃଥିବୀର ବିପରୀତ ଦିଗରେ ଥିବା ଆକାଶର କଳ୍ପିତବିନ୍ଦୁ The nadir.
|
| 2458 |
ଅଧରହନୁ |
- Adharahanu (ସଂ.ବି.) - ତଳ ପାଟିର ହାଡ଼ The lower jaw-bone.
|
| 2459 |
ଅଧରା |
- Adharā (ସଂ.ବି.) - ଅଧରର ସ୍ତ୍ରୀଲିଙ୍ଗ Feminine of Adhara.
- (ସଂ.ବି.) - ମନୁଷ୍ୟର ଠିକ୍ ଗୋଡତଳେ ଥିବା ପୃଥିବୀର ଆର ପାଖେ ଆକାଶର କଳ୍ପିତ ବିନ୍ଦୁ The nadir.
- ଦକ୍ଷିଣ ଦିଗ The south.
- (ଦେ.ବିଣ.) - ଅଧୃତ; ଧରା ହୋଇ ନ ଥିବା Uncaught; unheld.
- ଯେଉଁ ଅଣ୍ଡିରା ବାଛୁରୀ ଧରା ହୋଇ ନ ଥାଏ ଅର୍ଥାତ୍ ଯାହାର ମୁଷ୍କ ଛେଦନ କରାଯାଇ ନ ଥାଏ Uncastrated (bull-calf)
- ବାଛୁରୀ ଜନ୍ମ କରିବା ପରେ ଯେଉଁ ଗାଈ ଧରା ହୋଇ ନଥାଏ ଅର୍ଥାତ୍ ଯାହାକୁ 'ଫୁଙ୍କା' ହୋଇ ନ ଥାଏ (a cow) Not yet subjected to the process of blowing after giving birth to calf.
|
| 2460 |
ଅଧରାତି |
- Adharāti (ଦେ.ବି.) - ଅର୍ଦ୍ଧରାତ୍ର; ରାତିର ମଧ୍ୟ ଭାଗ; ରାତିଅଧ Midnight;
|