Language Section

 

 

 

 

 

 

Dictionary : View_page

ID Main Word Content
2461 ଅଧରାତିଆ
  1. Adharātiā (ଦେ.ବିଣ.) - ଅଧ ରାତିରେ ଘଟିବା Talking place at midnight or in the middle of the night.
  2. କୌଣସି କାର୍ଯ୍ୟକୁ ଅଧରାତିରେ କରିବାର ଯାହାର ଅଭ୍ୟାସ ଅଛି  Accustomed to doing things at midnight or in the middle of the night.
2462 ଅଧରାମୃତ

Also : [ ଅଧରମଧୁ ]

  1. Adharāmṛuta (ସଂ.ବି.) - (ମଧ୍ୟପଦଲୋପୀ; ଅଧରରେ କଳ୍ପିତ ଅମୃତ) ଅଧର ମଧୁ; ପ୍ରେମିକ ପ୍ରେମିକାଙ୍କର ପରସ୍ପରଙ୍କ ଅଧରରୁ ଚୁମ୍ବିତ ମଧୁ ପରି କଳ୍ପିତ ଲାଳ  The nectar-like moisture of the lips sucked by lover in ardent kissing.
  2. (ଦେ.ବି) - ଗୁରୁଜନ ଓ ବିଶେଷତଃ ଦୀକ୍ଷାଗୁରୁ ଖାଇବା ପତ୍ରରେ ଛାଡ଼ି ଯାଇଥିବା ଉଚ୍ଛିଷ୍ଟ The remmants of food left on the plate by a spiritual preceptor. (ଯଥା - ଏହି ଅଧରାମୃତକୁ ଶିଷ୍ୟମାନେ ସେବାକରି କୃତାର୍ଥ ହୁଅନ୍ତି)
2463 ଅଧରୀକୃତ
  1. Adharīkṛuta (ସଂ.ବିଣ.) - ପରାଜିତ Defeated; worsted.
  2. ଯାହାକୁ ଅନ୍ୟ ଲୋକ ବଳି ଯାଏ Surpassed; excelled.
  3. ମକଦମାରେ ହାରି ଥିବା Worsted in a case.
2464 ଅଧରୀଣ
  1. Adharīṇa (ସଂ.ବିଣ.) - ନିମ୍ନସ୍ଥ Lower.
  2. ନିନ୍ଦିତ Traduced; vilified.
  3. ଭର୍ତ୍ସିତ Reproached.
  • ଅଧରୀଣା - (ସ୍ତ୍ରୀ)
2465 ଅଧରୀଭୂତ
  1. Adharībhūta (ସଂ.ବିଣ.) - ପରାଜିତ Beaten.
  2. (ସ୍ମୃତି) ମକଦମାରେ ହାରିଥିବା Worsted in a law-suit.
  3. (ସ୍ମୃତି) ରଦ୍ଦ କରାଯାଇଥିବା (କାର୍ଯ୍ୟ ବା ଆଦେଶ)  Invalidated.
  • ଅଧରୀଭାବ - (ବି)
Page 493 of 605



expoodisha.com

 

Other Dictionary