| 1151 |
ଅଙ୍ଗୁଳିତ୍ର |
- Aṅguḻitra (ସଂ.ବି.) - (ଯାହା ଅଙ୍ଗୁଳିକୁ ଆଘାତକୁ ରକ୍ଷା କରେ) ଅଙ୍ଗୁଳିକୁ ରକ୍ଷା କରିବା ପାଇଁ ବ୍ୟବହୃତ ଆବରଣ A covering for protecting the fingers; a finger-protector.
- ଦସ୍ତାନା Gloves.
- ଅଙ୍ଗୁସ୍ତାନା - ଦରଜିମାନେ ସିଲେଇ କଲାବେଳେ ଛୁଞ୍ଚିର ମୂଳକୁ ଠେଲିବା ପାଇଁ ମଝି ଆଙ୍ଗୁଠିର ଅଗରେ ପିନ୍ଧିବା ଧାତୁର ଟୋପି Thimble.
- ଧନୁ ମାରିବା ବ୍ୟକ୍ତିର ଆଙ୍ଗୁଠିକୁ ଧନୁର୍ଗୁଣରୁ ରକ୍ଷା କରିବା ପାଇଁ ଆଙ୍ଗୁଠିରେ ପିନ୍ଧା ଯିବା ଚମଡ଼ାର ଟୋପି A finger-protector used by archers as a protection against the striking of bow-strings.
|
| 1152 |
ଅଙ୍ଗୁଳିତ୍ରାଣ |
Also : [ ଅଙ୍ଗୁଳିତ୍ର ]
- Aṅguḻitrāṅa (ସଂ.ବି.) - (ଯାହା ଅଙ୍ଗୁଳିକୁ ଆଘାତକୁ ରକ୍ଷା କରେ) ଅଙ୍ଗୁଳିକୁ ରକ୍ଷା କରିବା ପାଇଁ ବ୍ୟବହୃତ ଆବରଣ A covering for protecting the fingers; a finger-protector.
- ଦସ୍ତାନା Gloves.
- ଦରଜିମାନେ ସିଲେଇ କଲାବେଳେ ଛୁଞ୍ଚିର ମୂଳକୁ ଠେଲିବା ପାଇଁ ମଝି ଆଙ୍ଗୁଠିର ଅଗରେ ପିନ୍ଧିବା ଧାତୁର ଟୋପି Thimble.
- ଧନୁ ମାରିବା ବ୍ୟକ୍ତିର ଆଙ୍ଗୁଠିକୁ ଧନୁର୍ଗୁଣରୁ ରକ୍ଷା କରିବା ପାଇଁ ଆଙ୍ଗୁଠିରେ ପିନ୍ଧା ଯିବା ଚମଡ଼ାର ଟୋପି A finger-protector used by archers as a protection against the striking of bow-strings.
|
| 1153 |
ଅଙ୍ଗୁଳିପଞ୍ଚକ |
- Aṅguḻipaṅchaka (ସଂ.ବି.) - ହାତର ପାଞ୍ଚଟି ଆଙ୍ଗୁଠି The five fingers of the hand.
[ ହାତର ପାଞ୍ଚଟି ଆଙ୍ଗୁଠି ଯଥା ୧. ବୃଦ୍ଧା (ବୁଢ଼ା) Thumb; ୨. ତର୍ଜନୀ (ବିଶି) Index finger; ୩. ମଧ୍ୟମା (ମଝି) Middle-finger; ୪. ଅନାମିକା (ପରି) Ring finger; ୫. କନିଷ୍ଠା (କାଣୀ) Little finger. ]
- ଗୋଡ଼ର ୫ ଆଙ୍ଗୁଠି The toes of the feet.
|
| 1154 |
ଅଙ୍ଗୁଳିପର୍ବ |
- Aṅguḻiparba (ସଂ.ବି.) - ଆଙ୍ଗୁଠିର ପବ; ଆଙ୍ଗୁଠିର ଗଣ୍ଠି ମଝିରେ ଥିବା ସରଳ ଅଂଶ The bone between the finger-joints.
- ଅଙ୍ଗୁଳି ଗ୍ରନ୍ଥି Finger joint.
|
| 1155 |
ଅଙ୍ଗୁଳି ଫୁଟାଇବା |
- Aṅguḻi phuṭāibā (ଦେ.କ୍ରି.) - ଆଙ୍ଗୁଠିର ଗଣ୍ଠିକୁ ମୋଡ଼ି ଶବ୍ଦ ଉତ୍ପାଦନ କରିବା To crack the finger-joints.
- ମଝି ଆଙ୍ଗୁଠିରେ ବୁଢ଼ା ଆଙ୍ଗୁଠିର ଅଗକୁ ପରସ୍ପର ସଂଲଗ୍ନ କରି ପରେ ଜୋରରେ ଖସାଇ ନେବା ଦ୍ୱାରା ଫୁଟୁକି ଶବ୍ଦ ଉତ୍ପାଦନ କରିବା To snap the finger-tips; to produce a cracking sound with the tips of the thumb and the middle finger.
|