Language Section

 

 

 

 

 

 

Dictionary : View_page

ID Main Word Content
1141 ଅଙ୍ଗୁରୀୟ

Also : [ ଅଙ୍ଗୁରୀୟକ ]

  1. Aṅgurīya (ସଂ.ବି.)ଅଙ୍ଗୁରି; ଅଙ୍ଗୁଳିଭୂଷଣ; ମୁଦି Finger-ring.
  2. (Physics) ଶନି ଗ୍ରହକୁ ବେଢ଼ି ଥିବା ବେଷ୍ଟନୀ ବା ଗୋଲ ପଟି The rings observed roung the planet Mars.
1142 ଅଙ୍ଗୁଳ

Also : [ ଆଙ୍ଗୁଳି, ଅଙ୍ଗୁଳି, ଆଙ୍ଗୁଠି ] 

  1. Aṅgula (ସଂ.ବି.) -  କର ଓ ପଦର ଶାଖା; ଆଙ୍ଗୁଳି; ଆଙ୍ଗୁଠି Finger.
  2. ହାତ ଆଙ୍ଗୁଠି A finger of the hand.
  3. ଗୋଡ଼ ଆଙ୍ଗୁଠି A toe.
  4. ହାତୀ ଶୁଣ୍ଢର ସରୁଆ ଅଗ୍ରଭାଗ (ଏହାକୁ ହାତୀ ଆଙ୍ଗୁଠି ପରି ବ୍ୟବହାର କରୁଥିବାରୁ)  The flexible tip of the elephant's trunk.
  5. ଆଠ ଗୋଟି ଯବଧାନ ଚଉଡ଼ା ବାଗରେ ପରସ୍ପରକୁ ଲଗାଇ ରଖିଲେ, ତଦ୍ଦ୍ୱାରା ଆବୃତ ସ୍ଥାନର ପରିମାଣ; ମନୁଷ୍ୟର ମଝି ଆଙ୍ଗୁଠିର ଚଉଡ଼ା ବାଗର ପରିମାଣ A lineal measure of the breadth of one finger.
  6. କାମସୂତ୍ର ପ୍ରଣେତା ବାତ୍ସାୟନ ମୁନି A name of sage Bātsāyana.
  7. (Plant) - ହାତିଶୁଣ୍ଢା ଗୁଳ୍ମ  Heleotropium Indicum
1143 ଅଙ୍ଗୁଳା
  1. Aṅguḻā (ଦେ.ବି.)ଅଙ୍ଗୁଳାଇବା କର୍ମ The act of fingering.
1144 ଅଙ୍ଗୁଳାଇବା

Also : [ ଅଙ୍ଗୁଳେଇବା ]

  1. Aṅguḻāibā  (ଦେ.କ୍ରି.)କୌଣସି ବସ୍ତୁ ବା ଛିଦ୍ର ମଧ୍ୟରେ ଅଙ୍ଗୁଳିକୁ ପ୍ରବିଷ୍ଟ କରିବା To thrust one's finger into a hole.
  2. ଅଙ୍ଗୁଳି ଚାଳନ କରି କୌଣସି ପଦାର୍ଥକୁ ବୋଧ କରିବା To finger; to feel a thing with the help of one's finger.
  3. କୌଣସି କର୍ମ ପାଇଁ ଆଙ୍ଗୁଠି ବ୍ୟବହାର କରିବା To use the finger in doing any act.
  4. ପୁସ୍ତକ ପଢ଼ିବା ସମୟରେ ଆଙ୍ଗୁଳିଦ୍ୱାରା ପୁସ୍ତକର ପତ୍ରକୁ ଧରିବା To hold the pages of a book with the fingers while reading.  
  5. ଗୁହ୍ୟାଭ୍ୟନ୍ତରସ୍ଥ ଅଂଶକୁ ପରୀକ୍ଷା କରିବା ପାଇଁ ବା ବହିଃ ଶୋଧନାର୍ଥ ଗୁହ୍ୟର ଭିତରକୁ ଗୋଟିଏ ଆଙ୍ଗୁଠି ପୂରାଇବା To thrust one's finger into the anus to examine or cleanse it.
1145 ଅଙ୍ଗୁଳି
  1. Aṅguḻi (ସଂ.ବି.) - (ଯାହା ବସ୍ତୁଚୟ ଗ୍ରହଣ କରିବାକୁ ଗମନ କରେ ବା ଚାଳିତ ହୁଏ)  କର ଓ ପଦର ଶାଖା; ଆଙ୍ଗୁଳି; ଆଙ୍ଗୁଠି Finger.
  2. ହାତ ଆଙ୍ଗୁଠି A finger of the hand.
  3. ଗୋଡ଼ ଆଙ୍ଗୁଠି A toe.
Page 229 of 605



expoodisha.com

 

Other Dictionary