| 1146 |
ଅଙ୍ଗୁଳିଗ |
- Aṅguḻiga (ସଂ.ବିଣ.) - ଯେଉଁ ଜୀବମାନେ ଆଙ୍ଗୁଠିରେ ଭରାଦେଇ ଚାଲନ୍ତି (animals) Walking with their fingers.
|
| 1147 |
ଅଙ୍ଗୁଳିଗ୍ରନ୍ଥି |
- Aṅguḻigranthi (ସଂ.ବି.) - ହାତ ଗୋଡ଼ର ଆଙ୍ଗୁଠିର ଦୁଇ ପବର ମଝି ସ୍ଥାନ Knuckle.
|
| 1148 |
ଅଙ୍ଗୁଳିଚାଳନ |
- Aṅguḻichālana (ସଂ.ବି.) - ହାତର ଆଙ୍ଗୁଠି ଦ୍ୱାରା ଠାରିବା ବା ସଙ୍କେତ କରିବା; ମନୋଭାବ ବ୍ୟକ୍ତ କରିବା ପାଇଁ ଆଙ୍ଗୁଠିକୁ ଚଳାଇବା Movement of the fingers for making sings.
|
| 1149 |
ଅଙ୍ଗୁଳି ଠାର |
Also : [ ଅଙ୍ଗୁଳିସଙ୍କେତ, ଅଙ୍ଗୁଳିସଂଜ୍ଞା]
- Aṅguḻi ṭhāra (ଦେ.ବି.) - ମନୋଭାବ ବ୍ୟକ୍ତ କରିବା ପାଇଁ ଅଙ୍ଗୁଳିର ଭିନ୍ନ ଭିନ୍ନ ପ୍ରକାରେ ଚାଳନ; ସଙ୍କେତ Signs made by the fingers.
- ଏକ ପ୍ରକାର ଠାର; ଅଙ୍ଗୁଳିମାନ ଭିନ୍ନ ଭିନ୍ନ ପ୍ରକାରେ ଚାଳନ କରି ଦୁଇ ଜଣଙ୍କର ଭାବ ଆଦାନ ପ୍ରଦାନ କରିବା ପ୍ରକ୍ରିୟା A system of finger-signals.
|
| 1150 |
ଅଙ୍ଗୁଳି ତୋରଣ |
- Aṅguḻi toraṇa (ସଂ.ବି.) - (ଅଙ୍ଗୁଳି ଦ୍ୱାରା ଅଙ୍କିତ ତୋରଣ) ଚନ୍ଦନାଦି ଦ୍ୱାରା ଅଙ୍ଗୁଳି ସାହାଯ୍ୟରେ ଲଲାଟରେ ଚିତ୍ରିତ ଅର୍ଦ୍ଧଚନ୍ଦ୍ରାକୃତି ତିଳକ A crescentshaped sectarial mark drawn on the brow with sandal paste.
|