| 931 |
ଅଘୋରଣା |
- Aghoraṇā (ପ୍ରାଦେ. ବିଣ.) - (ପୁରୀ) - ଅପରିଷ୍କୃତ; ଯେ ସର୍ବଦା ପରିଚ୍ଛନ୍ନ ରହେ ନାହିଁ One who does not observe cleanliness.
|
| 932 |
ଅଘୋରଦୀକ୍ଷା |
- Aghoradīkshā (ସଂ.ବି.) - ଅଘୋରୀମାନଙ୍କ ମତ; ଶିବଭକ୍ତ ସନ୍ନ୍ୟାସୀ ସମ୍ପ୍ରଦାୟଙ୍କ ଧର୍ମ ମତ The tenets of the Aghorī ascetics.
|
| 933 |
ଅଘୋରନିଦ୍ରା |
- Aghoranidrā (ଦେ.ବି.) - ଗାଢ଼, ଗଭୀର ନିଦ୍ରା Deep sleep, slumber.
|
| 934 |
ଅଘୋରପନ୍ଥା |
- Aghorapanthā (ସଂ.ବି.) - ଅଘୋରୀମାନଙ୍କ ମତ; ଶିବଭକ୍ତ ସନ୍ନ୍ୟାସୀ ସମ୍ପ୍ରଦାୟଙ୍କ ଧର୍ମ ମତ The tenets of the Aghorī ascetics.
|
| 935 |
ଅଘୋରପନ୍ଥୀ |
- Aghorapanthī (ସଂ.ବିଣ.) - ଅଘୋରୀ; ଅଘୋରପନ୍ଥାବଲମ୍ବୀ Following the tenets of the Aghora sect.
- (ସଂ.ବି.) - ଅଘୋରସମ୍ପ୍ରଦାୟର ସନ୍ନ୍ୟାସୀ An ascetic of the Aghora sect.
|