| 921 |
ଅଘଷା ପାଟି |
Also : [ ଅଘଷା ପାଟିଆ ]
- Aghashā pāti (ଦେ.ବି.) - ଅମାର୍ଜିତ ମୁଖ; ଅଧୁଆ ପାଟି; ଯେଉଁ ପାଟିର ଦାନ୍ତ ଘଷା ହୋଇ ନ ଥାଏ Unwashed mouth.
- (ଦେ.ବିଣ.) - ଯେଉଁ ବ୍ୟକ୍ତିର ମୁହଁ ଭିତର ଧୁଆ ହୋଇ ନ ଥାଏ ଓ ଯେ ଦାନ୍ତ ଘଷି ନ ଥାଏ Having one's mouth unwashed and the teeth unbrushed.
|
| 922 |
ଅଘଷା ମୁହଁ |
Also : [ ଅଘଷାମୁହାଁ ]
- Aghashā muhañ (ଦେ.ବି.) - (ଅଘର୍ଷିତ ମୁଖ) - ସକାଳୁ ଉଠି ଧୁଆ ହୋଇ ନ ଥିବା ମୁଖ Unwashed face.
- (ଦେ.ବିଣ.) - ଯେଉଁ ବ୍ୟକ୍ତି ସକାଳୁ ଶଯ୍ୟାତ୍ୟାଗ କରି ମୁଖ ଧୋଇ ନ ଥାଏ (a person) Who has not washed his face after rising from the bed
|
| 923 |
ଅଘା |
- Aghā (ଦେ.ବି.) - ଅନାଦରାର୍ଥକ (ସଂ. ଅଘ, ଅଘାସୁର) ଶ୍ରୀକୃଷ୍ଣ ବାଲ୍ୟକାଳରେ ବଧ କରିଥିବା ଅସୁର ବିଶେଷ Name of a demon killed by Ṡrīkṛushṇa while a boy.
- ଅଘାସୁର ପରି ଦୀର୍ଘ ଓ ସ୍ଥୂଳକାୟ (ବ୍ୟକ୍ତି) Very big and corpulent (person).
- (ପ୍ରା. ଅକା) - ନିର୍ବୋଧ; ଓଲ୍ଲୁ Foolish.
|
| 924 |
ଅଘାରି |
- Aghāri (ସଂ.ବି.) - (ଅଘାସୁରର ଶତ୍ରୁ ବା ପାପର ଶତ୍ରୁ) ଶ୍ରୀକୃଷ୍ଣ An epithet of Ṡrīkṛushṇa.
- ଭଗବାନ୍; ବିଷ୍ଣୁ Bishṇu.
|
| 925 |
ଅଘାସୁର |
- Aghāsura (ସଂ.ବି.) - (ନାମ) (ଅଘ+ଅସୁର) - ଶ୍ରୀକୃଷ୍ଣ ବାଲ୍ୟକାଳରେ ବଧ କରିଥିବା ଅସୁର ବିଶେଷ Name of a demon killed by Ṡrīkṛushṇa while a boy.
|