ଅଘୋରପନ୍ଥୀ/ ଅଘୋରୀ

 

  1. ଅଘୋରପନ୍ଥୀମାନେ ଶୈବ; ଅଘୋର ସ୍ୱାମୀ ଏ ପନ୍ଥାର ଆଦି ଗୁରୁ। ଏମାନଙ୍କ ଆଦି ସ୍ଥାନ ପ୍ରାଚୀନ ବରପୁତ୍ର (ଆଧୁନିକ ବରୋଦା) ବର୍ତ୍ତମାନ ଏହି ସନ୍ନ୍ୟାସୀ ଓ ସନ୍ନ୍ୟାସିନୀମାନେ ରାଜପୁତାନା ଅନ୍ତର୍ଗତ ଆବୁ ପାହାଡ଼ରେ ଥାଆନ୍ତି। ଏମାନେ ଅପରିଷ୍କୃତ, ନିର୍ଘୃଣ ଓ ବିକାରରହିତ, ମଦ୍ୟ, ମାଂସ, ମଳ, ମୂତ୍ର, ଶବମାଂସ, ପକ୍ୱ ଅପକ୍ୱ, ଦୁର୍ଗନ୍ଧ, ଅଖାଦ୍ୟ ବସ୍ତୁମାନ ଏମାନେ ନିର୍ବିକାରରେ ଭୋଜନ କରନ୍ତି। ଏମାନେ ମୁଛ, ଦାଢ଼ୀ, ସଭାବାଳ ଓ ଜଟା ରଖନ୍ତି। ବରୋଦା ରାଜ୍ୟରେ ଅଘୋରେଶ୍ୱର ନାମରେ ଏ ସମ୍ପ୍ରଦାୟର ଗୋଟିଏ ମଠ ଥିଲା। ଏହି ମଠରେ ଅଘୋର ସ୍ୱାମୀ ରହୁଥିଲେ। ଗିର୍ଣ୍ଣାର ଗିରିଗୁହାମାନଙ୍କରେ ବହୁ ଶତ ଅଘୋରଦୀକ୍ଷାଧାରୀ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ବାସ କରନ୍ତି। 


     

  2. ଏମାନେ କିଟମିଟ୍‌ ଅନ୍ଧାର ରାତିରେ ଶ୍ମଶାନ ଘାଟରେ ତନ୍ତ୍ର ସାଧନ କରିଥାନ୍ତି। ଅଘୋରୀ ବାବାମାନେ ଶ୍ମଶାନରେ ତନ୍ତ୍ର ସାଧନ କରିବାବେଳେ ସେଠାରୁ ଅର୍ଦ୍ଧପୋଡ଼ା ମୃତଦେହକୁ ବାହାର କରି ସେଗୁଡ଼ିକର ମାଂସ ଖାଆନ୍ତି। ସେମାନେ ସେହି ମୃତ ଶରୀରର ବିଭିନ୍ନ ଦ୍ରବ୍ୟ ମଧ୍ୟ ବ୍ୟବହାର କରନ୍ତି। କୁହାଯାଏ ଏପରି କରିବା ଦ୍ବାରା ବାବାମାନଙ୍କର ତନ୍ତ୍ର କରିବାର ଶକ୍ତି ବୃଦ୍ଧି ହୋଇଥାଏ। ଭଗବାନ ଶିବଙ୍କର ୫ଟି ରୂପ ମଧ୍ୟରୁ ଗୋଟିଏ ରୂପ ହେଉଛି ଅଘୋର। ଶିବଙ୍କ ଉପାସନା କରିବା ପାଇଁ ଅଘୋରୀ ଶବ ଉପରେ ବସି ତପସ୍ୟା କରିଥାନ୍ତି। ଅଘୋରୀ ୩ ପ୍ରକାରର ତପସ୍ୟା କରିଥାନ୍ତିି । ସେଗୁଡ଼ିକ ହେଲା, ଶିବ ତପସ୍ୟା ଯେଉଁଥିରେ ମହାକାଳଙ୍କୁୁ ମାଂସ ଏବଂ ମଦର ଭୋଗ ଲଗାଯାଇଥାଏ। ଦ୍ୱିତୀୟ ଶିବ ତପସ୍ୟା ଯେଉଁଥିରେ ମୃତଦେହ ଉପରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଶିବଙ୍କ ଉପାସନା କରାଯାଇଥାଏ। ତୃତୀୟଟି ହେଉଛି ଶ୍ମଶାନ ତପସ୍ୟା ଯେଉଁଥିରେ ଯଜ୍ଞ କରାଯାଇଥାଏ।

  3. ଅଘୋରୀଙ୍କ ପାଖରେ ସବୁବେଳେ ମଣିଷ ମସ୍ତିଷ୍କର ଅସ୍ଥି ରହିଥାଏ ଯାହାକୁ ସେମାନେ ଖାଇବା ସମୟରେ ପାତ୍ର ଭାବେ ବ୍ୟବହାର କରିଥାନ୍ତି। ଏଥିପାଇଁ ତାଙ୍କୁ କାପାଳିକ ବୋଲି କୁହାଯାଇଥାଏ। ଏମାନେ ନିଜ ପାଖରେ ନରମୁଣ୍ଡ ରଖିଥାନ୍ତି। ଦୀକ୍ଷା ପୂର୍ବରୁ ଏମାନେ ନିଜର ହିଁ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରନ୍ତି। ଏହି ପ୍ରକ୍ରିୟାରେ ବାବାମାନେ ନିଜକୁ ପରିବାର ଏବଂ ସମାଜ ପାଇଁ ମୃତ ସାବ୍ୟସ୍ତ କରି ନିଜ ହାତରେ ନିଜିର ଶୁଦ୍ଧିକ୍ରିୟା କରିଥାନ୍ତି। ବିଶ୍ୱାସ ରହିଛି ଯେ, ଅଘୋରୀ ବାବାମାନେ ମୃତଦେହ ସହ ସାଧନା କରି ମୃତଦେହଗୁଡ଼ିକ ସହ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥାନ୍ତି। ମହିଳାଙ୍କ ମାସିକ ଧର୍ମ ଚାଲିବା ସମୟରେ ଶାରୀରିକ ସମ୍ପର୍କ ରଖିଲେ ତନ୍ତ୍ର ସାଧନା ସଫଳ ହୋଇଥାଏ। ଏପରି କରିବା ଦ୍ବାରା ଭଗବାନ ଆର୍ଶୀବାଦ ମିଳିବା ସହ ଶକ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।