Language Section

 

 

 

 

 

 

Dictionary : View_page

ID Main Word Content
941 ଅଘ୍ନ
  1. Aghna (ସଂ.ବିଣ.) ଅବଧ୍ୟ Not deserving to be killed.
  2. (ସଂ.ବି.) - ବ୍ରହ୍ମା The Deity Brahmā.
  • ଅଘ୍ନା (ସ୍ତ୍ରୀ)
942 ଅଘ୍ନ୍ୟ

Also : [ ଅଘ୍ନ

  1. Aghnya  ସଂ.ବିଣ.) ଅବଧ୍ୟ Not deserving to be killed.
  2. (ସଂ.ବି.) - ବ୍ରହ୍ମା The Deity Brahmā.
  • ଅଘ୍ନ୍ୟା (ସ୍ତ୍ରୀ)
943 ଅଘ୍ରିଆ

Also : [ ଅଗ୍ରିଆ, ଆଗ୍ରିଆ, ଅଗ୍ରୀୟ ] 

  1. Aghriā (ବି. ପ୍ରାଦେ - ସମ୍ବଲପୁର) ଆଗ୍ରିଜାତି The Āgri caste.


 

 [ ଦ୍ର ] ଏହି ଉଗ୍ରକ୍ଷତ୍ରିୟମାନେ ଆକବରଙ୍କ ସମୟରେ ଆସି କାଳକ୍ରମେ ଓଡ଼ିଆ ହୋଇଯାଇ ଅଛନ୍ତି। ରାୟଗଡ଼, ଶାରଙ୍ଗଗଡ଼, ଗାଙ୍ଗପୁର, ବାମଣ୍ଡା, ସମ୍ବଲପୁର ପ୍ରଭୃତି ଅଞ୍ଚଳରେ ଏମାନେ ଗୋଟିଏ ପ୍ରଧାନ ଜାତି। ସମ୍ବଲପୁରରେ ଏମାନେ 'ଚୌରାଅଶୀ ଘର' ନାମରେ ଖ୍ୟାତ, କାରଣ ପ୍ରଥମେ ଆଗ୍ରାରୁ ୮୪ଟି ପରିବାର ଏଠାକୁ ଆସି ରହିଥିଲେ। ଏମାନଙ୍କର ଆଚାର ବ୍ୟବହାର ବୈଶ୍ୟମାନଙ୍କ ଆଚାର ବ୍ୟବହାର ପରି କିନ୍ତୁ ଏମାନଙ୍କର ପଇତା ନାହିଁ।

944 ଅଙ୍କ୍‌
  1. Aṅk (ସଂ.) ଆଙ୍କିବା; ଅଙ୍କିତ କରିବା To draw.
  2. ଲେଖିବା To write.
  3. ଚିତ୍ର ଲେଖିବା To draw a picture.
  4. ଗାର କାଟିବା To draw a line.
  5. ଚିହ୍ନ ଦେବା; ଦାଗ ଦେବା To mark.
945 ଅଙ୍କକ

Category : [ Mathematics ]

  1. Aṅkaka (ସଂ.ବି.)ଚିହ୍ନ କରିବା ବ୍ୟକ୍ତି A marker.
  2. ଗଣନା କଲା ବାଲା A counter.
  • ଅଙ୍କିକା (ସ୍ତ୍ରୀ)
Page 189 of 605



expoodisha.com

 

Other Dictionary