Language Section

 

 

 

 

 

 

Dictionary : View_page

ID Main Word Content
936 ଅଘୋର ପ୍ରୀତି
  1. Aghora prīti  (ଦେ.ବି.) - ଗଭୀର ବା ଗାଢ଼ ପ୍ରେମ Close friendship; intimacy.
937 ଅଘୋରସ୍ବାମୀ
  1. Aghoraswāmī (ସଂ.ବି.)ଅଘୋରପନ୍ଥୀ ଶିବୋପାସକ ସମ୍ପ୍ରଦାୟର ଆଦି ଗୁରୁ  Name of the founder of the Aghorī sect.


     
938 ଅଘୋରା
  1. Aghorā (ସଂ.ବିଣ.) ଅଘୋରର ସ୍ତ୍ରୀଲିଙ୍ଗ  Feminine of Aghora.
  2. (ସଂ.ବି.) -  (ଏ ଦିନ ଅଘୋର ବା ଶିବ ପୂଜା କଲେ ପରକାଳରେ ଶିବଲୋକପ୍ରାପ୍ତି ହୁଏ ବୋଲି) ଭାଦ୍ର କୃଷ୍ଣ ଚତୁର୍ଦ୍ଦଶୀ  The fourteenth day of the dark fortnight of the month of Bhādra.
  3. (ଦେ.ବିଣ.)ଅଘୃଷ୍ଟ; ଯାହା ଘୋରା ହୋଇ ନାହିଁ Unrubbed; unbrushed; not made into a paste. (ଯଥା—ଅଘୋର ଚନ୍ଦନ)
  4. ଯେଉଁ ଶିଳ ବା ଚନ୍ଦନପେଡ଼ି ଘୋରିବା କାମରେ ଲାଗେ ନାହିଁ (a slab of stone) Which has not yet been used for bruising.
  5. ଯେଉଁ ଡାଲି ବା କ୍ଷୀରି ସିଝି ଯିବା ପରେ ଅଣକ ବା ଘୋରଣା କାଠିଦ୍ୱାରା ଉତ୍ତମରୂପେ ଘୃଷ୍ଟ ବା ଆଲୋଡ଼ିତ ହୋଇ ନାହିଁ  (pulse or gruel) Which has not been well stirred. (ଯଥା—ଅଘୋରା ଡାଲି, ଅଘୋରା କ୍ଷିରୀ।)
  6. (ସଂ. ଘୋରୀ) - ଅପରିଷ୍କୃତ ଓ ଅପରିଚ୍ଛନ୍ନ (ବ୍ୟକ୍ତି) Unclean; of uncleanly habits.
939 ଅଘୋରୀ

Also : [ ଅଘୋରି ] 

  1. Aghorī (ସଂ.ବିଣ.) -  ଅଘୋରୀ; ଅଘୋରପନ୍ଥାବଲମ୍ବୀ  Following the tenets of the Aghora sect. (ସଂ.ବି.) - ଅଘୋରସମ୍ପ୍ରଦାୟର ସନ୍ନ୍ୟାସୀ An ascetic of the Aghora sect.
  2. (ଅଘୋରୀମାନେ ଘୃଣାଶୂନ୍ୟ ଥିବାରୁ) - ଘୃଣାଶୂନ୍ୟ; ବିଷ୍ଠାଦି ପ୍ରତି ଯାହାର ଘୃଣା ନ ଥାଏ, ନିର୍ଘଣ Having no feeling of repugnance or abhorrence towards filth; dirt; or dure etc.
  3. ଶୌଚାଶୌଚ ବିଚାରଶୂନ୍ୟ Not observing cleanliness.
  4. ଅପରିଷ୍କାର; ଅପରିଚ୍ଛନ୍ନ Unclean.

940 ଅଘୋଷ
  1. Aghosha (ସଂ.ବିଣ.) -  ଆଭୀରଶୂନ୍ୟ (ଦେଶ); ଯେଉଁ ଦେଶରେ ଗଉଡ଼ ନାହାନ୍ତି  (a country) Not inhabited by cowherds.
  2. ଶବ୍ଦରହିତ; ଧ୍ୱନିଶୂନ୍ୟ Soundless; free from sounds.
  3. (ସଂ.ବି.)ଗଉଡ଼ ନ ଥିବା ଦେଶ A country not inhabited by cowherds.
  4. ବ୍ୟାକରଣ (ଏ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ଘୋଷ ବା ଉଚ୍ଚ ଧ୍ୱନି ନ ଥିବାରୁ) ପ୍ରତ୍ୟେକ ବର୍ଗର ପ୍ରଥମ ଓ ଦ୍ୱିତୀୟ ବର୍ଣ୍ଣ ଏବଂ ଶ, ଷ ଏବଂ ସ (grammar) The first 2 letters of the five bargas of consonants and the letters ṡa, sha & sa.

     [ ଦ୍ର ] ଅଘୋଷ ବର୍ଣ୍ଣ ସଂଖ୍ୟାରେ ତେର ଯଥା - (କ, ଖ; ଚ, ଛ; ଟ, ଠ; ତ, ଥ; ପ, ଫ; ଶ, ଷ, ଓ ସ)
Page 188 of 605



expoodisha.com

 

Other Dictionary