Language Section

 

 

 

 

 

 

Dictionary : View_page

ID Main Word Content
4506 ଅପ୍ରମିତ
  1. Apramita  (ସଂ.ବିଣ.) - ଅସୀମ Unbounded; limitless.
  2. ଅପରିମିତ; ଅମାପ Unmeasured.
  3. ଅସଂଖ୍ୟ Countless.
  4. ବହୁତ Much.
  5. ଅପ୍ରମାଣିତ Not proved.
  6. ନଜୀର ଦ୍ୱାରା ସିଦ୍ଧ ହୋଇ ନ ଥିବା Not established by authority.
4507 ଅପ୍ରମେୟ
  1. Aprameya (ସଂ.ବିଣ.) - ଅମାପ Immeasurable.
  2. ଅପାର; ଅସୀମ Unlimited.
  3. ଅତି ଗଭୀର Unfathomable; inscrutable.
  4. ଅସଂଖ୍ୟେୟ Countless; incalculable.
  5. ଯାହା ପ୍ରମାଣ କରାଯାଇ ନ ପାରେ That which cannot be proved.
  6. ପ୍ରଚୁର; ଅପର୍ଯ୍ୟାପ୍ତ Abundant.
  7. ଅଜ୍ଞେୟ Unknowable.
  8. (ସଂ.ବି.) - ପରମେଶ୍ୱର God
4508 ଅପ୍ରଯତ୍ନ
  1. Apraj̄atna (ସଂ.ବି.) - ଚେଷ୍ଟା ବା ଯତ୍ନର ଅଭାବ Want of exertion; absence of effort.
  2. ନିଶ୍ଚେଷ୍ଟତା; ଜଡ଼ତା Inertness.  
  3. ବେପରେଇ; ଅପକ୍ଷପାତ Indifference.
  4. (ସଂ.ବିଣ.) - କୌଣସି ବିଷୟରେ ମମତା ବା ଆକାଂକ୍ଷାଶୂନ୍ୟ Apathetic or indifferent in any matter.
  5. ନିଶ୍ଚେଷ୍ଟ Not striving for.
  • ଅପ୍ରଯତ୍ନା -  (ସ୍ତ୍ରୀ)
4509 ଅପ୍ରଯୁକ୍ତ
  1. Apraj̄ukta (ସଂ.ବିଣ.) - ଅଯୋଗ୍ୟ; ଅସଙ୍ଗତ Unsuitable.
  2. ଅନ୍ୟାୟ Illegal; unjust.
  3. ଅବ୍ୟବହାର୍ଯ୍ୟ Useless.
  4. ଯାହା ସାଧାରଣତଃ ବ୍ୟବହୃତ ହୁଏ ନାହିଁ Unusual.
  5. ଅନାଚରିତ Not practised.  
  6. ଅବ୍ୟବହୃତ Not used or applied.
  7. ଅପଚଳିତ Not in use.
  • ଅପ୍ରଯୁକ୍ତତା - (ବି.)
4510 ଅପ୍ରଯୁକ୍ତତା
  1. Apraj̄uktatā (ସଂ.ବି.) - ଅସଙ୍ଗତି Unsuitability.
  2. ଅଯୋଗ୍ୟତା Unfitness; inappicability.
  3. ବ୍ୟବହାରାସଙ୍ଗତି; ଅସଙ୍ଗତ ବିଷୟର ପ୍ରୟୋଗ Application of unsuitable matters.
  4. ଅସାଧାରଣତା Unusualness.
  5. ଅଳଙ୍କାର ଶାସ୍ତ୍ରୋକ୍ତ ଶବ୍ଦଦୋଷବିଶେଷ A faulty composition consisting of the use of unusual words.

 [ ଦ୍ର ]  ଯେଉଁ ଶବ୍ଦ ଅଭିଧାନର ଅନ୍ତର୍ଗତ, କିନ୍ତୁ କବିମାନେ କେବେ ହେଁ ତାହା କାବ୍ୟାଦିରେ ବ୍ୟବହାର କରି ନାହାନ୍ତି ଏପରି ଶବ୍ଦର ପ୍ରୟୋଗ ହେଲେ ଅପ୍ରଯୁକ୍ତତା ଦୋଷ ହୁଏ। ଉପେନ୍ଦ୍ରଭଞ୍ଜଙ୍କ କବିତାରେ ଏହି ଦୋଷ ଭୂରି ଭୂରି ଦୃଷ୍ଟ ହୁଏ।

Page 902 of 933



expoodisha.com

 

Other Dictionary