| 4501 |
ଅପ୍ରମୟ |
- Apramaya (ଗ୍ରା.ବିଣ.) - ଅପ୍ରମେୟ; ଅପରିମିତ Immeasurable.
- ଅସୀମ Boundless.
- ଅସଂଖ୍ୟ; ଅଗଣ୍ୟ Countless.
|
| 4502 |
ଅପ୍ରମାଣ |
- Apramāṇa (ସଂ.ବି.) - ପ୍ରମାଣର ଅଭାବ Want of proof.
- ଅପ୍ରାମାଣିକ ନିୟମ A rule which is no standard of action.
- ଯେଉଁ ବିବରଣର କିଛି ମୂଲ୍ୟ ବା ବାଧକତା ନାହିଁ A statement of no importance or authority.
- (ସଂ.ବିଣ.) - (ବହୁବ୍ରୀହି) ଯାହାର ପ୍ରମାଣ ନାହିଁ Having no proof.
- ଅପ୍ରମେୟ; ଯାହା ପ୍ରମାଣ କରାଯାଇ ନ ପାରେ Incapable of being proved.
- ଅବିଶ୍ୱସନୀୟ Unreliable.
- ହେୟ Contemptible.
- ଅଶ୍ରଦ୍ଧେୟ Not deserving of affection or devotion.
- ଯେଉଁ ବିଷୟରେ ନଜୀର ନାହିଁ Not established or supported by authority.
- (ଦେ.ବିଣ.) - (ସଂ. ଅପ୍ରମାଣିତ) ଅପ୍ରମାଣିତ Not proved.
- ଅଗ୍ରାହ୍ୟ Unacceptable.
- ଅସ୍ୱୀକୃତ Unaccepted; denied; not admitted.
- ଅପରିମିତ; ଅମାପ Unmeasured; immeasurable.
|
| 4503 |
ଅପ୍ରମାଣ କରିବା |
- Apramāṇa karibā (ଦେ.କ୍ରି.) - ପ୍ରମାଣଦ୍ୱାରା କୌଣସି କଥାକୁ ମିଥ୍ୟା ପ୍ରତିପନ୍ନ କରିବା To prove a thing false; to disprove a matter.
|
| 4504 |
ଅପ୍ରମାଦ |
- Apramāda (ସଂ.ବି.) - ପ୍ରମାଦ ବା ଭ୍ରମର ଅଭାବ Freedom from error.
- ମନୋଯୋଗ Attention.
- ହୁସିଆର; ସାବଧାନପଣ; ସତର୍କତା Caution; vigilance.
- ଯତ୍ନ Careful.
- (ସଂ.ବିଣ.) - ସତର୍କ; ହୁସିଆର Cautious.
- ସାବଧାନ Careful
- ଅପ୍ରମତ୍ତ - (ବିଣ.)
- ଅପ୍ରମାଦା - (ସ୍ତ୍ରୀ)
|
| 4505 |
ଅପ୍ରମାଦେ |
- Apramāde (ଦେ.ପଦ୍ୟ.କ୍ରି.ବିଣ) - ଅକ୍ଳେଶରେ; ସହଜରେ; ଅବଲୀଳା କ୍ରମେ Easily.
- ନିଃସନ୍ଦେହରେ Undoubtedly.
|