| 4496 |
ଅପ୍ରବୃତ୍ତ |
- Aprabṛutta (ସଂ.ବିଣ.) - ଅନାରବ୍ଧ Not commenced.
- ଅନିଯୁକ୍ତ Not engaged.
- କାର୍ଯ୍ୟ କରୁ ନ ଥିବା Not acting.
- ଯାହାକୁ କେହି କୌଣସି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ନ ଥାଏ Not instigated.
|
| 4497 |
ଅପ୍ରବୃତ୍ତି |
- Aprabṛutti (ସଂ.ବି.) - ପ୍ରବୃତ୍ତିର ଅଭାବ; କୌଣସି ବିଷୟ ପ୍ରତି ମନ ଆକୃଷ୍ଟ ନ ହେବା Want of hankering.
- ନିବୃତ୍ତି Abstention; cessation.
- କୌଣସି ଉପଦେଶ ବା ସୂତ୍ର ବା ସିଦ୍ଧାନ୍ତ ଉପଯୋଗୀ ନ ହେବା ଅର୍ଥାତ୍ ନ ଖଟିବା ଅବସ୍ଥା Inapplicability of a precept or aphorism or decision to a case.
- ମାତିବାର ଅଭାବ Non-excitement.
- (ବୈଦ୍ୟକ) କୋଷ୍ଟବଦ୍ଧତା; ଝାଡ଼ା ତଲବ ନ ହେବା (medicine) Suppression of the natural evacuation; constipation; ischury.
- ଅପ୍ରଚାର Non-publication.
|
| 4498 |
ଅପ୍ରଭ |
- Aprabha (ସଂ.ବିଣ.) - ଯେଉଁ ଜିନିଷରୁ ତେଜ, ଆଲୋକ ବା ଉଜ୍ଜ୍ୱଳତା କମିଯାଇଥାଏ Something from which radiance, light, or brightness diminishes.
- ଅସ୍ପଷ୍ଟ Obscure.
- ପ୍ରଭାହୀନ Lustrless.
- ମାନ୍ଦା Dull.
|
| 4499 |
ଅପ୍ରମଇ |
Also : [ ଅପ୍ରମଏ ]
- Apramai (ଗ୍ରା.ବି..) - ଅଶୁଭ; ଅମଙ୍ଗଳ Evil.
- ପ୍ରମାଦ; ବିପଦ Calamity; danger.
- ବିନାଶ Ruin; destruction.
- (ଗ୍ରା.ବିଣ.) - (ସଂ. ଅପ୍ରମେୟ) ଅପ୍ରମେୟ; ଅପରିମିତ Immeasurable.
|
| 4500 |
ଅପ୍ରମତ୍ତ |
- Apramatta (ସଂ.ବିଣ.) - ପ୍ରମାଦ ଶୂନ୍ୟ Free from error.
- ଅବହିତ; ଦତ୍ତମନା Attentive.
- ସ୍ଥିରଚିତ୍ତ Cool minded; calm.
- ଚାଞ୍ଚଲ୍ୟରହିତ Unruffled.
- ସାବଧାନ; ଚେତାଳ; ହୁସିଆର୍ Vigilant; careful.
|