| 4491 |
ଅପ୍ରବର୍ତ୍ତକ |
- Aprabarttaka (ସଂ.ବିଣ.) - କାର୍ଯ୍ୟରୁ ନିବୃତ୍ତ Abstaining from action.
- ଯିଏ କୌଣସି ବିଷୟରେ ପ୍ରବର୍ତ୍ତନା ବା ଉତ୍ସାହ ଦିଏ ନାହିଁ One who does not offer encouragement or motivation regarding any matter.
- କାର୍ଯ୍ୟ କରିବାକୁ ଯେ ମତାଏ ନାହିଁ Not exciting to action.
- ମାନ୍ଦା; ଅଳସ; ଜଡ଼ Inert.
- ଅପ୍ରବର୍ତ୍ତିକା - (ସ୍ତ୍ରୀ)
- ପ୍ରବର୍ତ୍ତକ - (ବିପରୀତ)
|
| 4492 |
ଅପ୍ରବର୍ତ୍ତନ |
- Aprabarttana (ସଂ.ବି.) - ନିବୃତ Abstention; cessation.
- କୌଣସି କାର୍ଯ୍ୟରେ ନ ଲାଗିବା Refraining from any action.
- କୌଣସି କାର୍ଯ୍ୟରେ ଲାଗିବା ପାଇଁ ନ ମତାଇବା Not exciting to any action.
- ଅପ୍ରବୃତ୍ତ, ଅପ୍ରବର୍ତ୍ତିତ - (ବିଣ.)
|
| 4493 |
ଅପ୍ରବର୍ତ୍ତିତ |
- Aprabarttita (ସଂ.ବିଣ.) - କାର୍ଯ୍ୟରେ ଲାଗିବା ପାଇଁ ଅନ୍ୟଦ୍ୱାରା ପ୍ରବର୍ତ୍ତିତ ହୋଇ ନ ଥିବା Not excited to action by by some one.
- କାର୍ଯ୍ୟରୁ ନିବର୍ତ୍ତିଥିବା Abstaining from any action.
|
| 4494 |
ଅପ୍ରବାହ |
- Aprabāha (ସଂ.ବିଣ.) - ସ୍ରୋତୋହୀନ; ଯହିଁରେ ସୁଅ ନ ଥାଏ Currentless; stagnant.
- ସ୍ରୋତ ନ ଥିବା ଅବସ୍ଥା State of being stagnant; stagnation.
- ଅପ୍ରବାହ (Downstream) ଶବ୍ଦର ସାଧାରଣତଃ ଦୁଇଟି ମୁଖ୍ୟ ଅର୍ଥ ରହିଛି:
- ନଦୀ ବା ଜଳସ୍ରୋତର ଗତି: ନଦୀ ଯେଉଁ ଦିଗକୁ ବହିଯାଏ, ସେହି ଅନୁକୂଳ ଦିଗକୁ ଅପ୍ରବାହ କୁହାଯାଏ (ସ୍ରୋତର ଅନୁକୂଳରେ) ।
- ଶିଳ୍ପ ଏବଂ ବ୍ୟବସାୟ: ଉତ୍ପାଦନ ପ୍ରକ୍ରିୟାର ଶେଷ ପର୍ଯ୍ୟାୟ, ଯେଉଁଠାରେ କଞ୍ଚାମାଲ ପ୍ରକ୍ରିୟାକରଣ ହୋଇ ଗ୍ରାହକଙ୍କ ପାଖରେ ପହଞ୍ଚେ (ଯେପରିକି ପେଟ୍ରୋଲିୟମ ଶିଳ୍ପରେ ତେଲ ବିଶୋଧନ ଏବଂ ବିକ୍ରି)
|
| 4495 |
ଅପ୍ରବୀଣ |
- Aprabīṇa (ସଂ.ବିଣ.) - ଅପଟୁ Unskilful.
- ଅନନୁଭବୀ; ଯେ ବୋଧା ନୁହେ Inexperienced.
- ଅପ୍ରବୀଣା - (ସ୍ତ୍ରୀ)
- ଅପ୍ରବୀଣତା - (ବି.)
|