| 446 |
ଅକ୍ଷୟବଟ |
- Akshayabaṭa (ସଂ.ବି.) - କଳ୍ପବଟ; ପ୍ରଳୟାନ୍ତସ୍ଥାୟୀ ବଟ ବୃକ୍ଷ The mythological imperishable banyan tree.
- ପ୍ରୟାଗ, ଭୁବନେଶ୍ୱର, ଗୟା ଆଦି ତୀର୍ଥରେ ଥିବା ନିର୍ଦ୍ଦିଷ୍ଟ ବଟବୃକ୍ଷ Name of particular banyan trees in different places of pilgrimage pointed out to the pilgrims as the Imperishable Tree.
|
| 447 |
ଅକ୍ଷୟଯଶା |
- Akshayaj̄aṡā (ସଂ.ବିଣ.) - ଯେଉଁ ବ୍ୟକ୍ତିର ଯଶଃ ଚିରସ୍ଥାୟୀ Of imperishable renown.
|
| 448 |
ଅକ୍ଷୟଲୋକ |
- Akshayaloka (ସଂ.ବି.) - ବୈକୁଣ୍ଠ Bishṇu's abode.
- ସ୍ୱର୍ଗ Heaven.
|
| 449 |
ଅକ୍ଷୟା |
- Akshayā (ସଂ.ବିଣ.) - ଅକ୍ଷୟର ସ୍ତ୍ରୀଲିଙ୍ଗ Feminine of Akshaya.
- କ୍ଷୟରହିତ; ଅବିନାଶୀ; ଅବିନଶ୍ୱର Imperishable.
- ଚିରସ୍ଥାୟୀ Permanent; perpetual
- ନିରବଚ୍ଛିନ୍ନ Continuous
- ଅସରନ୍ତି Inexhaustible.
- (ସଂ.ବି.) - ପରମାତ୍ମା The Supreme Soul.
- (ସଂ.ବି.) - (ଫଳିତ ଜ୍ୟୋତିଷ) ବାର ଓ ତିଥି ଘଟିତ ଶୁଭଯୋଗ ବିଶେଷ (Astrology) Names of certain auspicious conjuctions of week-days with lunar days.
[ ଦ୍ର ] ଏହି ତିଥିରେ କୃତ ପୁଣ୍ୟର ଫଳ ଅକ୍ଷୟ ବୋଲି ଏହି ନାମ। ରବିବାରରେ ସପ୍ତମୀ, ସୋମବାରରେ ଅମାବସ୍ୟା, ମଙ୍ଗଳବାରରେ ଚତୁର୍ଥୀ ଓ ଗୁରୁବାରରେ ଅଷ୍ଟମୀ ପଡ଼ିଲେ ସେହି ତିଥିକୁ ଅକ୍ଷୟା ବୋଲାଯାଏ।
|
| 450 |
ଅକ୍ଷଯ୍ୟ |
- Akshaj̄ya (ସଂ.ବିଣ.) - ଯାହା କ୍ଷୟ ପାଏ ନାହିଁ; କ୍ଷୟର ଅଯୋଗ୍ୟ Imperishable.
- (ସଂ.ବି.) - ଅକ୍ଷୟତ୍ୱ; ଅବିନାଶିତ୍ୱ Imperishableness.
- ଘୃତ-ମଧୁମିଶ୍ରିତ ଜଳ A mixture of water with ghee and hone
|