| 436 |
ଅକ୍ଷବିଦ୍ୟା |
- Akshabidyā (ସଂ.ବି.) - ପଶା ଖେଳର କୌଶଳ The art of the game of dice
|
| 437 |
ଅକ୍ଷବୃତ୍ତ |
- Akshabṛutta (ସଂ.ବି.) - (ଭୂଗୋଳ) ଭୂଗୋଳକରେ ନିରକ୍ଷବୃତ୍ତର ସମାନ୍ତରାଳ ଓ ସାଧାରଣତଃ ମାପରେ ନିରକ୍ଷବୃତ୍ତଠାରୁ କ୍ରମଶଃ 10 ଡିଗ୍ରୀ ଅନ୍ତରରେ ଅଙ୍କିତ କଳ୍ପିତବୃତ୍ତ ସମୂହ (Geography) Parallels of latitude.
|
| 438 |
ଅକ୍ଷମ |
- Akshama (ସଂ.ବିଣ.) - ଅପାରଗ; ଅସମର୍ଥ Incapable.
- ଅକୃତୀ Unskilful.
- ଅଯୋଗ୍ୟ Unfit; unworthy.
- କ୍ଷମତାହୀନ Impotent.
- ଶକ୍ତିହୀନ Powerless.
- ଦୁର୍ବଳ Weak.
- (ବହୁବ୍ରୀହି) କ୍ଷମାହୀନ Relentless; unforgiving.
|
| 439 |
ଅକ୍ଷମତା |
- Akshamatā (ସଂ.ବି.) - କ୍ଷମତା ବା ଶକ୍ତିର ଅଭାବ Want of power or authority.
- (ଗ୍ରା.ବିଣ.) - ଅସମର୍ଥ; ଅକ୍ଷମ Incapable.
- କ୍ଷମତାହୀନ Powerless
- ନିର୍ଧନ Poor.
|
| 440 |
ଅକ୍ଷମା |
- Akshamā (ସଂ.ବିଣ.) - ଅକ୍ଷମର ସ୍ତ୍ରୀଲିଙ୍ଗ Feminine of Akshama.
- (ସଂ.ବି.) - ଅସହିଷ୍ଣୁତା Want of forbearance or forgiveness; relentlessness.
- ଈର୍ଷା Malice.
- କ୍ରୋଧ Anger.
- ଅଶକ୍ତି Impotence; want of strength.
|