| 441 |
ଅକ୍ଷମାଳା |
- Akshamāḻā (ସଂ.ବି.) - ରୁଦ୍ରାକ୍ଷମାଳା A string of Rudrāksha seeds.
- ଜପମାଳା A string of beads.
- ବଶିଷ୍ଠପତ୍ନୀ ଅରୁନ୍ଧତୀ A name of the wife of sage Baṡishṭha.
- ସପ୍ତର୍ଷିମଣ୍ଡଳର ପୁଚ୍ଛସ୍ଥ ମଧ୍ୟ ନକ୍ଷତ୍ର ବା 6ଷ୍ଠୀ ନକ୍ଷତ୍ର ପାଖରେ ଥିବା କ୍ଷୁଦ୍ର ତାରକା Alcor; the small star near the 6th star of the constellation, Great Bear.
|
| 442 |
ଅକ୍ଷୟ |
- Akshaya (ସଂ.ବିଣ.) - କ୍ଷୟରହିତ; ଅବିନାଶୀ; ଅବିନଶ୍ୱର Imperishable.
- ଚିରସ୍ଥାୟୀ Permanent; perpetual
- ନିରବଚ୍ଛିନ୍ନ Continuous
- ଅସରନ୍ତି Inexhaustible.
- (ସଂ.ବି.) - ପରମାତ୍ମା The Supreme Soul.
- (ନାମ) ରାବଣର ଏକ ପୁତ୍ର The name of a son of Rābaṇa.
|
| 443 |
ଅକ୍ଷୟକୀର୍ତ୍ତି |
- Akshayakīrtti (ସଂ.ବି.) - ଯେଉଁ କୀର୍ତ୍ତି ଚିରସ୍ଥାୟିନୀ। Imperishable fame.
- (ବହୁବ୍ରୀହି) ଯେଉଁ ବ୍ୟକ୍ତିର କୀର୍ତ୍ତି ଅକ୍ଷୟ ଅଟେ (person) Of imperishable fame.
|
| 444 |
ଅକ୍ଷୟତୂଣ |
- Akshayatūna (ସଂ.ବି.) - ଅସରନ୍ତି ଶରମୁଣା Inexhaustible quiver.
|
| 445 |
ଅକ୍ଷୟ ତୃତୀୟା |
- Akshaya tṛutīyā (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅକ୍ଷୟପୁଣ୍ୟଯୁକ୍ତା ତୃତୀୟା; ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ।) ବୈଶାଖ ଶୁକ୍ଳତୃତୀୟା; ଅଖିତୃତୀୟା The third day of the bright fortnight of the month of Ba̲i̱ṡākha.
|