| 3876 |
ଅନ୍ଧାରୁଆ |
- Andhāruā (ଦେ.ବିଣ.) - ଅନ୍ଧକାରମୟ Dark; full of darkness.
- (ଲକ୍ଷଣାର୍ଥ) ଅଜ୍ଞାନ; ଜ୍ଞାନହୀନ Ignorant; dunce.
- ଜାଳୁଜାଳୁଆ (ଦେଖାଯିବା); ଝାପସା dim.
- (ଦେ.ବି.) - ବଗଜାତୀୟ ପକ୍ଷୀବିଶେଷ (ଏହାର ବର୍ଣ୍ଣମାଟିଆ; ଏ ପକ୍ଷୀ ବଗଠାରୁ ବଡ଼) A class of birds.
- (ଗ୍ରା.) - (ଗାଳିରେ ବ୍ୟବହୃତ, ଆଖି ଥାଇ ନଦେଖିବା ଅର୍ଥରେ) ନିର୍ବୋଧ ଓ ଅଖାଡ଼ୁଆ Foolish and recklesses.
|
| 3877 |
ଅନ୍ଧିସନ୍ଧି |
- Andhisandhi (ଦେ.ବି.) - କୌଣସି ବିଷୟର ସୂକ୍ଷ୍ମାଦପି ସୂକ୍ଷ୍ମ ଅଂଶ Slightest details of any thing.
- ପ୍ରତ୍ୟେକ ଗୁପ୍ତ ସ୍ଥାନ ଓ ଅନ୍ଧକାରମୟ ଅଂଶ Darkest holes and corners; every creek and corner; clink and crevice.
- ଅନ୍ଧିସନ୍ଧିଖୋଜିବା Andhisandhikhojibā
- (ଦେ.ବି.) - ପ୍ରତ୍ୟେକ ସ୍ଥାନ ତନ୍ନ ତନ୍ନ କରି ଖୋଜିବା ଓ ଦେଖିବା To examine even the minutest clink and the darkest crevice.
- ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା To investigate into every detail.
- ଅନ୍ଧିସନ୍ଧିଖୋଳିବା Andhisandhikhoḻibā
- (ଦେ.ବି.) -ଗୁପ୍ତ ରହସ୍ୟମାନ ପ୍ରକାଶ କରିଦେବା To trumpet out every secret, defect and dark spot.
|
| 3878 |
ଅନ୍ଧୁ |
- Andhu (ସଂ.ବି.) - କୂପ Well.
- ଅନ୍ଧପଟଳ; ମନୁଷ୍ୟ ବା ପଶୁ କିଛି ପଦାର୍ଥ ଦେଖି ପାରିବ ନାହିଁ, ଏଥିପାଇଁ ଆକ୍ଷି ଉପରେ ବନ୍ଧା ଯିବା ପଟୀ A band tied over the eye on account of which one cannot see any thing; a buffer over the eyes.
|
| 3879 |
ଅନ୍ଧୁଣୀ |
- Andhunī (ଦେ.ବି.) - ମାଛ ଧରିବାର ଯନ୍ତ୍ର ବିଶେଷ; ବଡ଼ ବଜା A contrivance made of strips of split bamboo strung together for catching fish.
- ଅନ୍ଧପଟଳ; ମନୁଷ୍ୟ ବା ପଶୁ କିଛି ପଦାର୍ଥ ଦେଖି ପାରିବ ନାହିଁ, ଏଥିପାଇଁ ଆକ୍ଷି ଉପରେ ବନ୍ଧା ଯିବା ପଟୀ A band tied over the eye on account of which one cannot see any thing; a buffer over the eyes.
- (ଗ୍ରା.) - (ଭଦ୍ର ଗାଳି)) ନିର୍ବୋଧ ଅର୍ଥରେ Foolish
|
| 3880 |
ଅନ୍ଧୁଳ |
- Andhuḻa (ସଂ.ବି.) - ଶିରୀଷ ବୃକ୍ଷ Acacia sirissa; a kind of flowering tree.
|