| 3871 |
ଅନ୍ଧାରିବା |
- Andhāribā (ଦେ.କ୍ରି.) - ଅନ୍ଧକାରମୟ କରିବା To darken.
- ଆଚ୍ଛାଦିତ କରିବା To cover.
|
| 3872 |
ଅନ୍ଧାରିବିଜେ |
Also : [ ଅନ୍ଧାରବିଜେ ]
- Andhāribije (ଦେ.ବି.) - ରାଜା ଓ ରାଜକର୍ମଚାରୀମାନଙ୍କ ଅନ୍ଧାରେ ବୁଲି ଯିବା କାର୍ଯ୍ୟ walking incognito in the dark; (a custom with kings or high officers.)
[ ଦ୍ର ] ରାଜା ଓ ରାଜକର୍ମଚାରୀମାନେ ରାଜ୍ୟର ପ୍ରକୃତ ଅବସ୍ଥା ବୁଝିବା ନିମନ୍ତେ ଆତ୍ମଗୋପନ କରି ଅର୍ଥାତ୍ ଚିହ୍ନା ନ ଦେଇ ଅନ୍ଧାରରେ ବୁଲି ବାହାରନ୍ତି ଏବଂ ଏହିପରି କରିବା ଦ୍ୱାରା ଅନେକ ଅପ୍ରାପ୍ୟ ତଥ୍ୟ ସଂଗ୍ରହ କରିପାରନ୍ତି।
|
| 3873 |
ଅନ୍ଧାରିମାଛ |
- Andhārimāchha (ଦେ.ବି.) - ଯେଉଁ ମାଛ ନଈରୁ ଅନ୍ଧାର ପକ୍ଷେ ବା ଆକାଶରେ ଚନ୍ଦ୍ର ଉଦିତ ହେବା ଆଗରୁ ଜାଲରେ ଧରାଯାଆନ୍ତି Fish caught in the rivers in the dark or before moonrise.
[ ଦ୍ର ] ଅନ୍ଧାର ପକ୍ଷରେ ବା ଚନ୍ଦ୍ରୋଦୟ ପୂର୍ବରୁ ନଈରେ ଜାଲ ପକାଇଲେ ଯେତେ ମାଛ ପଡ଼ନ୍ତି ଆଲୁଅ ପକ୍ଷରେ ବା ଚନ୍ଦ୍ରୋଦୟ ପରେ ସେତେ ମାଛ ପଡ଼ନ୍ତି ନାହିଁ,ଏହା କେଉଟଙ୍କ ଅନୁଭବସିଦ୍ଧ।
|
| 3874 |
ଅନ୍ଧାରିମୂଲକ |
- Andhārimulaka (ଦେ.ବି.) - ଅସଭ୍ୟ ଦେଶ; ଯେଉଁ ଦେଶରେ ସଭ୍ୟତା ପଶି ନାହିଁ Uncivilised country; benighted country.
- ଅବୁଝାମଣା ରାଇଜ A country where there is no justice.
- ଗଡ଼ଜାତ ରାଜ୍ୟ (ଯେଉଁଠାକୁ ଖାସ୍ ବ୍ରିଟିଶ ଶାସିତ ରାଜ୍ୟ ଆଇନ ଓ ସୁବିଚାରରୂପ ଆଲୋକ ପଶି ନାହିଁ) Native stattes.
|
| 3875 |
ଅନ୍ଧାରିଲଗା |
- Andhārilagā (ଗ୍ରା.ଅ.) - ସବାରି ବେହେରାଙ୍କ ଡାକ। ଅନ୍ଧାରରେ ପଥ ଦେଖା ନ ଯାଉଥିଲେ ଗଉଡ଼ମାନେ ଏ ଡାକ ମାରନ୍ତି A halloo of palki-bearers when the road in front is dark.
|