| ID | Main Word | Content |
|---|---|---|
| 3861 | ଅନ୍ଧ ହାତୀ ଦେଖିବା ନ୍ୟାୟ |
[ ଦ୍ର ] ପାଞ୍ଚ ଜଣ ହାତୀ ଦେଖିବାକୁ ଗଲେ। ଜଣେ ଅନ୍ଧ ହାତୀର ଗୋଡ଼ ଦରାଣ୍ଡି 'ହାତୀ ଖମ୍ବ ପରି' ବୋଲି କହିଲା। ଆଉ ଜଣେ କାନ ଆଉଁସି 'ହାତୀ କୁଲା ପରି' ବୋଲି ସ୍ଥିର କଲା ତୃତୀୟ ଅନ୍ଧ ହାତୀର ପେଟ ଦରାଣ୍ଡି ତାକୁ 'କୋଡ଼ମେଇ ଭଳି' ବୋଲି ମତ ଦେଲା। ଚତୁର୍ଥ ଅନ୍ଧ ହାତୀର ଲାଙ୍ଗୁଡ଼କୁ ଛୁଇଁ ତାକୁ 'ଗୋରୁ ଲାଙ୍ଗୁଡ଼ ପରି' ବୋଲି କହିଲା। ପଞ୍ଚମ ଅନ୍ଧ ହାତୀର ଶୃଣ୍ଢକୁ ଅନୁଭବ କରିବାରୁ 'ହାତୀ ସାପ ପରି' ବୋଲି ପ୍ରକାଶ କଲା। କାହାରି କଥା କାହାରି ସଙ୍ଗେ ମେଳ ନ ହେବାରୁ କଳି ହେଲା। ଜଣେ ଚକ୍ଷୁ ଥିବା ବ୍ୟକ୍ତି ଆସି ତାଙ୍କୁ ବୁଝାଇ କହିଲେ, "ତୁମ୍ଭେମାନେ ଯାହା ଦେଖିଲ ତାକୁ ସବୁ ଏକାଠେଇଁ ମିଶାଇ ଯେଉଁ ଜୀବ କଳ୍ପନା କରୁଛ, ତାହାହିଁ ହାତୀ।" ଏହି ଉଦାହରଣକୁ ଉପଲକ୍ଷ କରି ଦାର୍ଶନିକ ମତ ହୋଇଅଛି ଯେ, ବୈଶେଷିକ, ନୈୟାୟିକ, ମୀମାଂସକ, ସାଙ୍ଖ୍ୟ ଓ ପାତଞ୍ଜଳ - ଏହି ପାଞ୍ଚ ଦର୍ଶନ ନିର୍ଣ୍ଣୀତ ଈଶ୍ୱରଙ୍କର ଏକୈକ ଦେଶ କଳ୍ପନାକୁ ଏକତ୍ର କଲେ ଈଶ୍ୱରଙ୍କର ଅସ୍ତିତ୍ୱ କଳ୍ପିତ ଓ ଉପଲବ୍ଧ ହେବ। |
| 3862 | ଅନ୍ଧା |
|
| 3863 | ଅନ୍ଧାଚୋଦା |
|
| 3864 | ଅନ୍ଧାର | Also : [ ଅନ୍ଧକାର ]
|
| 3865 | ଅନ୍ଧାରକଟ୍କଟ୍ | Also : [ ଅନ୍ଧାରକିଟ୍କିଟ୍, ଅନ୍ଧାରକିଟିକିଟି ]
|
Other Dictionary |

