Language Section

 

 

 

 

 

 

Dictionary : View_page

ID Main Word Content
3846 ଅନ୍ଧତମସ

Also : [ ଅନ୍ଧତମସ୍‌ ]

  1. Andhatamas (ସଂ.ବି.) - ନିବିଡ଼ ଅନ୍ଧକାର Blinding darkness.
  2. କିଟିକିଟିଆ ଅନ୍ଧାର; ଭାରି ଅନ୍ଧାର Utter gloom; pitch darkness.
3847 ଅନ୍ଧତାମିସ୍ର
  1. Andhatamisra (ସଂ.ବି.) - ନିବିଡ଼ ଅନ୍ଧକାର Blinding darkness.
  2. ନିବିଡ଼ ଅନ୍ଧକାରାଚ୍ଛନ୍ନ ନରକ ବିଶେଷ The second of the 21 Hells.
  3. (ବେଦାନ୍ତ) ପଞ୍ଚବିଧ ଅଜ୍ଞାନରୁ ଏକତମ  (Bedānta) One of the five states of ignorance.
3848 ଅନ୍ଧଦେଶ
  1. Andhadeṡa (ଦେ.ବି.) - ଯେଉଁ ଦେଶର ଅଧିବାସୀମାନେ ଅନ୍ଧ ବା ଚକ୍ଷୁହୀନ A country of blind men.
  2. ଯେଉଁ ଦେଶରେ ନ୍ୟାୟ ବିଚାର ନାହିଁ A country where there is no justice.
3849 ଅନ୍ଧନିଶାପ
  1. Andhaniṡāpa (ଦେ.ବି.) - ଅନ୍ଧ ବୁଝାମଣା  Injustice.
  2. ପଞ୍ଚାୟତମାନଙ୍କର ଅବିଚାର The unjust decision of a Punchāyata.
3850 ଅନ୍ଧପଙ୍ଗୁନ୍ୟାୟ
  1. Andhapaṅgunyāya (ସଂ.ବି.) - (ସାଙ୍ଖ୍ୟ ଦର୍ଶନ) ଅନ୍ଧ ପଙ୍ଗୁ ସମ୍ବନ୍ଧୀୟ ନୈତିକ ଉଦାହରଣ (Sāṅkhya philosophy) The allegory of the blind and the lame, the lame leading the blind.

 [ ଦ୍ର ] ଅନ୍ଧ ଦେଖି ପାରେ ନାହିଁ, ଅଥଚ କାର୍ଯ୍ୟ କରି ପାରେ। ପଙ୍ଗୁ ଚାଲି ପାରେ ନାହିଁ, କିନ୍ତୁ ଦେଖି ପାରେ। ଏ ଦୁହେଁ ପୃଥକ୍ ପୃଥକ୍ କାର୍ଯ୍ୟ କରି ବସିଲେ କୌଣସି କାର୍ଯ୍ୟ ହୁଏ ନାହିଁ କିନ୍ତୁ ଯେବେ ଅନ୍ଧ ପଙ୍ଗୁକୁ କାନ୍ଧରେ ବସାଏ, ତେବେ ପଙ୍ଗୁର ଚକ୍ଷୁ ଅନ୍ଧକୁ ଚଳାଇଲେ ଉଭୟଙ୍କର ମିଳିତ ଶକ୍ତି ଦ୍ୱାରା ଅନେକ କାର୍ଯ୍ୟ କରାଯାଇ ପାରେ। ସାଙ୍ଖ୍ୟ ଶାସ୍ତ୍ରରେ ଏହାର ଉଦାହରଣ ଦ୍ୱାରା ପ୍ରକୃତିପୁରୁଷଙ୍କର ସମାହାରରେ ମୋକ୍ଷ ଓ ରୋଗ ଉଭୟ ଲାଭ ହେବା ରୂପକଛଳରେ ବର୍ଣ୍ଣିତ ହୋଇଅଛି।

Page 770 of 845



expoodisha.com

 

Other Dictionary