| 3771 |
ଅନ୍ତର୍ବାଣିଜ୍ୟ |
- Antarbāṇijya (ସଂ.ବି.) - ଦେଶୋତ୍ପନ୍ନ ପଣ୍ୟଦ୍ରବ୍ୟ ମାନଙ୍କ ଦ୍ୱାରା ଦେଶ ମଧ୍ୟରେ କରାଯିବା ବାଣିଜ୍ୟ Inborne trade; inside the country.
|
| 3772 |
ଅନ୍ତର୍ବାସ |
- Antabāsa (ସଂ.ବି.) - ଯେଉଁ ବସ୍ତ୍ର ଭିତରେ ପରିଧାନ କରାଯାଏ Under-wear; under-garment.
|
| 3773 |
ଅନ୍ତର୍ବାହ |
- Antarbāha (ସଂ.ବି.) - ସ୍ରୋତ ତଳେ ବା ଜଳ ଭିତରେ ବହୁଥିବା ସ୍ରୋତ The under-current; the current flowing inward.
|
| 3774 |
ଅନ୍ତର୍ବାହୀ ସ୍ନାୟୁ |
- Antarbāhī snāyu (ସଂ.ବି.) - (ଆଧୁନିକ ବିଜ୍ଞାନପରିଭାଷା) ଯେଉଁ ସ୍ନାୟୁର ସାହାଯ୍ୟରେ ବାହାରର ଅନୁଭୂତି ମସ୍ତିଷ୍କରେ ଉପଲବ୍ଧି ହୁଏ Sensery nerves.
|
| 3775 |
ଅନ୍ତର୍ବିଭାଗ |
- Antarbibhāga (ସଂ.ବି.) - ବିଭାଗ ମଧ୍ୟରେ ଥିବା ବିଭାଗ; ଉପବିଭାଗ Subdivision.
|