| 3781 |
ଅନ୍ତର୍ମାତୃକା |
- Antarmātṛukhā (ସଂ.ବି.) - (ତନ୍ତ୍ର) ଅନ୍ତର୍ମଧ୍ୟରେ ଥିବା ଷଟଚକ୍ରମଧ୍ୟସ୍ଥ ଅକାରାଦି ପଚାଶ ବର୍ଣ୍ଣର ନାମ Name of the 50 latters.
|
| 3782 |
ଅନ୍ତର୍ମୁଖ |
- Antarmukha (ସଂ.ବି.) - ଆନ୍ତରିକ ଚିନ୍ତାଯୁକ୍ତ (ବ୍ୟକ୍ତି) Introspective; looking inward.
|
| 3783 |
ଅନ୍ତର୍ଯ୍ୟାମୀ |
Also : [ ଅନ୍ତର୍ଯାମୀ ]
- Antarj̄āmī (ସଂ.ବିଣ.) - ହୃଦୟକୁ ଅଧିକାର କରିଥିବା Pervading the heart.
- ହୃଦୟର ଭାବକୁ ଜାଣି ପାରିବା (ବ୍ୟକ୍ତି) One who devines the inner feelings of another.
- ହୃଦ୍ଗତ ଭାବକୁ ବଶ କରିବା (ବ୍ୟକ୍ତି) One who regulates the inner feelings of another.
- (ଦେ.ବି.) - ପୁରୁଷଙ୍କୁ ଦିଆଯିବା ନାମ Name given to males.
- (ସଂ.ବି.) - ଈଶ୍ୱର God.
- ପରମାତ୍ମା The Supreme Soul.
- ଅନ୍ତରାତ୍ମା The inner soul.
- ବାୟୁ The air.
|
| 3784 |
ଅନ୍ତର୍ଲିପି |
- Antarlipi (ସଂ.ବି.) - ଶବ୍ଦାଳଙ୍କାର ବିଶେଷ Vocabulary special.
[ ଉ ] ବଳିମସ୍ତକେ ପ୍ରଭୁ ଦେଲେ କିସ (ପାଦ); ହନୂ ବିଧ୍ୱଂସିଲେ କେବଣ ଦେଶ (ଲ. ନ. ଙ୍କା.);
ବାସୁକୀ ମସ୍ତକେ କି ଅଛି ଭାର (କ୍ଷି. ଖି. ତି.);
କି ଘେନି ଗୋପକୁ ଗଲା ଅକ୍ରୂର (ଲେଖା);
ରାଜା ପାଳେ କିସ (ଦେଶ);
କେଉଁ ଶବଦେ ଗୋପୀ ହେଲେ ବଶ (ବଂଶୀ)।
ଏହାର ଉତ୍ତରରୂପେ ବାହାରିବା ପ୍ରତି ପାଦର ପ୍ରଥମ ଅକ୍ଷରମାନଙ୍କୁ ମଶାଇଲେ ହେବ - ପାନ ଖିଲେ ଦେବ।
|
| 3785 |
ଅନ୍ତର୍ହାସ |
- Antarhāsa (ସଂ.ବି.) - ଗୂଢ଼ହାସ୍ୟ Secret laughter.
- ମନେ ମନେ ହସିବା Suppressed laughter.
|