| 3731 |
ଅନ୍ତରିକ୍ଷ ମଣ୍ଡା |
- Antariksha maṇḍā (ଦେ.ବି.) - ଏକ ପ୍ରକାରେ କ୍ଷୁଦ୍ର ଇଣ୍ଡୁରି ପିଠା (ବଟା ବିରିରେ ପୁର ଦିଆଯାଇ ଏହା ଅଥାରରେ ସିଝା ହୁଏ।) A kind of steamed cake.
|
| 3732 |
ଅନ୍ତରିକ୍ଷ ହେବା |
- Antriksha hebā (ଗ୍ରା.କ୍ରି.) - ଅଦୃଶ୍ୟ ହେବା To disappear.
|
| 3733 |
ଅନ୍ତରିଖିଆ |
- Antarikhiā (ଗ୍ରା.ବିଣ.) - ଗାଳିବିଶେଷ; (ଅଭକ୍ଷ୍ୟ ଭକ୍ଷକ) A term of abuse (meaning an eater of uneatables)
|
| 3734 |
ଅନ୍ତରିତ |
- Antarita (ସଂ. ବିଣ.) - ବହିଷ୍କୃତ; ଦୂରୀକୃତ Removed; excluded.
- ଅପହୃତ Stolen.
- ଆଚ୍ଛନ୍ନ Covered.
- ଅନ୍ତର୍ଗତ Included.
- ପୃଥକ୍ଭୂତ Detached.
- ବ୍ୟବହୃତ Used.
- ସ୍ଥାନାନ୍ତରିତ; ଯାହାକୁ ଏକ ସ୍ଥାନରୁ ଅନ୍ତର କରାଯାଇ ଥାଏ Transferred from one place.
- (ବି.) - (ଗଣିତ) ବିୟୋଗଫଳ (arithmetic) The remainder after subtraction.
|
| 3735 |
ଅନ୍ତରିନ୍ଦ୍ରିୟ |
- Antarindriya (ସଂ. ବି.) - ଅନ୍ତଃକରଣ Heart.
- ମନ Mind.
- ମାନସିକବୃତ୍ତି Mental faculty.
- ହୃଦୟବୃତ୍ତି Inner sense.
- ଅନୁଭୂତି Intuition.
|