Language Section

 

 

 

 

 

 

Dictionary : View_page

ID Main Word Content
3721 ଅନ୍ତରମାଧିଆ
  1. Antaramādhiā (ଗ୍ରା.କ୍ରି.ବିଣ.) - ତନ୍ତରମାଧିଆ; (କୌଣସି କାର୍ଯ୍ୟକୁ) ଅସମ୍ପୂର୍ଣ୍ଣ ବା ଅଯତ୍ନଭାବରେ କରିବା  Carelessly (doing a work); in a slip-shod fashion.
  2. (ଗ୍ରା.ବିଣ.) - ଅଯତ୍ନଭାବରେ ସମ୍ପାଦିତ Done carelessly.
3722 ଅନ୍ତରସ୍ଥ
  1. Antarastha (ସଂ.ବି.) - ମଧ୍ୟସ୍ଥ; ଆନ୍ତରିକ Situated within; internal.
  2. ହୃଦ୍‌ଗଦ (ଭାବ) Inward (feeling).
3723 ଅନ୍ତରା
  1. Antarā (ସଂ.କ୍ରି.ବିଣ.) ବ୍ୟତୀରେକେ Without; except.
  2. ମଧ୍ୟରେ Between; among.
  3. ସମୀପରେ; ନିକଟରେ Near; at hand.
  4.  (ବି.) - (ପ୍ରାଦେ- ସମ୍ବଲପୁର) ନିଆଁ ଅତଡ଼ା; ଚାରିଆଡ଼େ କାଠ ଗଦାଇ କରାଯିବା ନିଆଁର ଗଦା A heap of fire.
  5.  (ଦେ.ବି.) (ସଂ. ଅନ୍ତରାୟ) ବସ୍ତ୍ରର ମୁହୁଣ୍ଡାରେ ଥିବା ରଙ୍ଗିନ୍ ଅଂଶ The coloured border at the end of a cloth
  6. ବ୍ୟବଧାନ Partition
  7. ଜଳୁଥିବା ତେଲଦୀପରୁ ଘିଅ ବଳିତାରେ ନିଆଁ ଲଗାଇବାକୁ ହେଲେ ମଝିରେ ଧରାଯିବା ବ୍ୟବଧାନ ସୂଚକ କାଠି ବା କୁଟା A twig held with the ghee-soaked wickwhile getting it lighted from an oil-lamp.
  8. ସଙ୍ଗୀତରେ ବୋଲାଯିବା ମଧ୍ୟବର୍ତ୍ତୀ ପଦ (ଯେଉଁ ପଦମାନ ବୋଲା ସରିବା ପରେ ଘୋଷାକୁ ଆବୃତ୍ତି କରାଯାଏ) The intermediate passage of a song.
3724 ଅନ୍ତରାତ୍ମା
  1. Antarātmā (ସଂ.ବି.) - ଦେହ ମଧ୍ୟବର୍ତ୍ତୀ ଜୀବାତ୍ମା The inner soul or life; the inward spirit; the soul.
  2. ପରମାତ୍ମା The supreme soul.
  3. ଅନ୍ତଃକରଣ; ମନ Heart; mind.
  4. ବିବେକ; ହିତାହିତ ଜ୍ଞାନ Conscience.
3725 ଅନ୍ତରାନ୍ତରା
  1. Antarāntarā (ସଂ.ଅ.) ମଧ୍ୟେ ମଧ୍ୟେ At intervals.

 [ ଉ ] ତୀର ପ୍ରାନ୍ତେ ସେହି କମଳିନୀଷଣ୍ଡେ ଉଠିଛି ଅନ୍ତରାନ୍ତରା / ନୀଳ କଇଁ ଶ୍ୱେତ କହ୍ଲାରଲାଞ୍ଛିତ ହରିତ ଘଞ୍ଚ ସନ୍ତରା।
(ରାଧାନାଥ, ଯଯାତି)

Page 745 of 845



expoodisha.com

 

Other Dictionary