| 3401 |
ଅନୁଦ୍ବେଗକର |
- Anudbegkara (ସଂ.ବିଣ.) - ଯେଉଁ କାର୍ଯ୍ୟ ବା ବାକ୍ୟଦ୍ୱାରା ଅନ୍ୟ ବ୍ୟକ୍ତିର ଉଦ୍ବେଗ ଜାତ ହୁଏ ନାହିଁ Not causing anxiety or consteration.
|
| 3402 |
ଅନୁଦ୍ଭିନ୍ନ |
- Anudbhinna (ସଂ.ବିଣ.) - ଅପ୍ରଷ୍ଫୁଟିତ; ଅପ୍ରକାଶିତ Not growing up; not breaking out; not devloped.
|
| 3403 |
ଅନୁଦ୍ଯୋଗ |
- Anudj̄oga (ସଂ.ବି.) - (ଉଦ୍ଯୋଗ ବା ଆୟୋଜନର ଅଭାବ) ଯତ୍ନ ବା ଉଦ୍ଯୋଗର ଅଭାବ Indolence; want of readines; want of energy; inactivity.
|
| 3404 |
ଅନୁଦ୍ରୁତ |
- Anudṛuta (ସଂ.ବିଣ.) - ପଶ୍ଚାତ୍ ଧାବିତ Followed after; pursued.
- (ବି.) - ସଙ୍ଗୀତର ଏକମାତ୍ରାର ଏକ ଚତୁର୍ଥାଂଶ A quarter of a mode in music.
|
| 3405 |
ଅନୁଧାବନ |
- Anudhābana (ଦେ.ବି.) - କୌଣସି ବସ୍ତୁ ବା ବିଷୟର ପଛରେ ଦୌଡ଼ିବା Pursuing any thing.
- ମନୋନିବେଶ; ଅଭିନିବେଶ Reflection; attentive consideration.
- ପଶ୍ଚାତ୍ ଧାବନ Pursuit; act of running after.
- ଅନୁସନ୍ଧାନ; ତଦନ୍ତ Investigation.
|