| 3406 |
ଅନୁଧାବିତ |
- Anudhābita (ସଂ.ବିଣ.) - ପଶ୍ଚାତ୍ ଧାବିତ; ଯେ ପଛରେ ଦୌଡ଼େ Pursuer.
- ଯାହା ପଛରେ ଦୌଡ଼ିବାକୁ ହୁଏ Pursued.
- ଅଭିନିବିଷ୍ଟ Pursuing.
- ବିବେଚିତ Considered.
- ଯାହା ଅନୁସନ୍ଧାନ କରା ଯାଇଅଛି Investigated.
|
| 3407 |
ଅନୁଧ୍ୟାନ |
- Anudhyāna (ସଂ.ବି.) - ପଛରେ ଧ୍ୟାନ କରିବା; ଧ୍ୟାନ; ଅନୁଚିନ୍ତା The act of wishing; retrospection.
|
| 3408 |
ଅନୁଧ୍ୟାୟୀ |
- Anudhyāyī (ସଂ.ବିଣ.) - ଯେ ଅନୁଧ୍ୟାନ କରେ; ଅନୁଚିନ୍ତାକାରୀ One who looks back upon an action.
|
| 3409 |
ଅନୁନୟ |
- Anunaya (ସଂ.ବି.) - ବିନୟ Courtesy.
- ସ୍ତୁତିବାକ୍ୟ; ପ୍ରାର୍ଥନା Solicitation; apology; prayer; entreaty.
- ପ୍ରଣାମ Salutation.
- କ୍ରୋଧୋପନୟନ pacification of anger by prayer; conciliation.
|
| 3410 |
ଅନୁନୟବିନୟ |
- Anunayabinaya (ଦେ.ବି.) - (ଏକାର୍ଥକ ସହଚର) ବିଶେଷ ନମ୍ର ପ୍ରାର୍ଥନା Entreaties and prayers.
|