| 3361 |
ଅନୁଚ୍ଚାରଣୀୟ |
- Anuchchāraṇāya (ସଂ.ବିଣ.) - (ଯାହା ଉଚ୍ଚାରଣ କରିବାର ଯୋଗ୍ୟ ନୁହେ) ଉଚ୍ଚାରଣ କରିବାର ଅଯୋଗ୍ୟ Unutterable.
- ଯାହାକୁ ଉଚ୍ଚାରଣ କରାଯାଇ ନ ପାରେ Unpronounceable.
|
| 3362 |
ଅନୁଚ୍ଚାରିତ |
- Anuchchārita (ସଂ.ବିଣ.) - (ନ+ଉଚ୍ଚାରିତ) ଉଚ୍ଚାରିତ ହୋଇ ନ ଥିବା Unuttered; unpronounced.
|
| 3363 |
ଅନୁଚ୍ଚାରିତବର୍ଣ୍ଣ |
- Anuchchāritabarṇṇa (ସଂ.) - (ବ୍ୟାକରଣ) ଯେଉଁ ବର୍ଣ୍ଣ ଉଚ୍ଚାରିତ ହୁଏ ନାହିଁ; କହିଲାବେଳେ ବା ଉଚ୍ଚାରଣ କଲା ବେଳେ ଯେଉଁ ବର୍ଣ୍ଣଟିର ଉଚ୍ଚାରଣ କରାଯାଏ ନାହିଁ; ଲୁପ୍ତ ବର୍ଣ୍ଣ (ଯଥା - ଅନ୍ୟୋଽନ୍ୟ; ଏଠାରେ 'ଽ' ବା 'ଅ' ବର୍ଣ୍ଣଟିର ଲୋପ) Silent letter; a letter which is not pronounced while reading or speaking e.g., 'H' in Hour. 'P' in 'Psalm'.
|
| 3364 |
ଅନୁଚ୍ଚାର୍ଯ୍ୟ |
- Anuchchārj̄ya (ସଂ.ବିଣ.) - (ଯାହା ଉଚ୍ଚାରଣ କରିବାର ଯୋଗ୍ୟ ନୁହେ) ଉଚ୍ଚାରଣ କରିବାର ଅଯୋଗ୍ୟ Unutterable.
- ଯାହାକୁ ଉଚ୍ଚାରଣ କରାଯାଇ ନ ପାରେ Unpronounceable.
|
| 3365 |
ଅନୁଚ୍ଛିଷ୍ଟ |
- Anuchchhishṭa (ସଂ.ବିଣ.) - (ଯାହା ଉଚ୍ଛିଷ୍ଟ ନୁହେ) ଅଇଁଠା ହୋଇ ନ ଥିବା (ପଦାର୍ଥ) Untouched by the mouth (food)
- ଅପବିତ୍ର ହୋଇ ନ ଥିବା (ବସ୍ତୁ) Undefiled (matter)
|