| 2876 |
ଅନନ୍ତବ୍ରତ |
- Anantabrata (ସଂ.ବି.) - ଅନନ୍ତ ଚତୁର୍ଦ୍ଦଶୀ ଦିନ ପାଳିତ ବ୍ରତ A religious vow observed on the Ananta chaturddaṡī day.
- ଅନନ୍ତ ବ୍ରତ ପାଳନ କରିବା ବ୍ୟକ୍ତି ଯେଉଁ ସୂତ୍ର ବାହୁରେ ଧାରଣ କରେ (ଏଥିରେ ୧୪ଟି ଗଣ୍ଠି ପଡ଼ିଥାଏ) The thread tied round the arm of a person observing the vow of Anantabrata.
- ବାହୁରେ ପିନ୍ଧାଯିବା ବଳୟାକାର ଅଳଙ୍କାର Armlet.
- ଅନନ୍ତବ୍ରତ ଉଦ୍ୟାପନା (ଉଜୁଆଁ) Anantabrata udyāpanā (ସଂ.ବି.) - ଅନନ୍ତଚତୁର୍ଦ୍ଦଶୀ ବ୍ରତ ବାର ବର୍ଷ ପାଳନକରିବା ପରେ ତହିଁର ଉଦ୍ୟାପନାରୂପ ଉତ୍ସବ The ceremony of consummating the observance of the Anantabrata vow after a continuous observance for twelve years.
- ଅନନ୍ତବ୍ରତସେବା Anantabratasebā (ସଂ.ବି.) - ଅନନ୍ତବ୍ରତ ପାଳିଥିବା ବ୍ୟକ୍ତି ବ୍ରତ ଉଦ୍ୟାପନା କରିବା ପର୍ଯ୍ୟନ୍ତ ପ୍ରତିଦିନ ସ୍ନାନାନ୍ତେ ଅନନ୍ତବ୍ରତ ସୂତ୍ରକୁ ଗଣ୍ଡୁଷେ ଜଳରେ ବୁଡ଼ାଇ ଉକ୍ତ ପାଦୁକ ଜଳକୁ ପିଇବା Act of sipping a little water after dipping the Anantabrata thread in it every day.
|
| 2877 |
ଅନନ୍ତଭଦ୍ରା |
- Anantabhadrā (ଦେ.ବି.) - ସାରଳା ମହାଭାରତରେ ବର୍ଣ୍ଣିତ କାମ୍ୟକବନ ନିକଟସ୍ଥ ନଦୀବିଶେଷ Name of a river flowing by the forest of Kāmyaka spoken of by Sāraḻā Dāsa.
|
| 2878 |
ଅନନ୍ତଭାଗା |
- Anantabhāgā (ଦେ.ବି.) - ସାରଳାମହାଭାରତ ବର୍ଣ୍ଣିତ କାମ୍ୟକବନ ନିକଟସ୍ଥ ନଦୀବିଶେଷ Name of a river flowing by the Kāmyaka forest mentioned by Sāraḻā Dāsa.
|
| 2879 |
ଅନନ୍ତମତି |
- Anantamati (ଦେ.ବି.) - ଜନୈକ ବୋଧିସତ୍ତ୍ୱ Name of a Bodhisattwa
|
| 2880 |
ଅନନ୍ତମୁଖୀ |
- Anantamukhī (ଦେ.ବି.) - ବହୁଲୋକ ଏକତ୍ର ମିଳି ସମଗ୍ର ଓଡ଼ିଆ ଭାଗବତ ଏକଦିନ ମଧ୍ୟରେ ପାଠ କରି ଶେଷ କରିବା ପରେ ସଂକୀର୍ତ୍ତନ ଓ ବ୍ରାହ୍ମଣଭୋଜନାଦି ଉତ୍ସବ The ceremony of reading the whole of the Oṟḍ̲iā Bhāgabata in the course of a day and chanting hymns and feeding Brāhmaṇs.
|