| 2846 |
ଅନଧୀନ |
- Anadhīna (ସଂ.ବିଣ.) - ସ୍ୱାଧୀନ Independent.
- ଯେ ପରାଧୀନ ନୁହେଁ Not subject or subservient to anybody else.
- (ସଂ.ବି.) - ଯେଉଁ ବଢ଼େଇ ଅନ୍ୟ ଲୋକ ଅଧୀନରେ ବା ଅନ୍ୟର ଘରେ କାମ ନ କରି ନିଜେ ଆପଣା ଘରେ କାରଖାନା କରି କାମ କରେ; କୋଟତକ୍ଷ A carpenter who works on his own account.
|
| 2847 |
ଅନଧ୍ୟକ୍ଷ |
- Anadhyaksha (ସଂ.ବିଣ.) - ଅଧ୍ୟକ୍ଷରହିତ Masterless.
- ଯାହାର କେହି ତନଖିବାକୁ ନାହିଁ Having no superintendent.
- ଇନ୍ଦ୍ରିୟର ଅଗୋଚର Imperceptible by the senses; not observable.
|
| 2848 |
ଅନଧ୍ୟୟନ |
- Anadhyayana (ସଂ.ବି.) - ପଠନର ଅଭାବ; ନ ପଢ଼ିବା Not reading; not studying.
- ପଢ଼ା ବନ୍ଦ; ପଢ଼ା ସ୍ଥଗିତ ହେବା Cessation of study; intermission of study.
|
| 2849 |
ଅନଧ୍ୟୟନ ତିଥି |
Also : [ ଅନଧ୍ୟାୟ ତିଥି ]
- Anadhyayana tithi (ସଂ.ବି.) - ଯେଉଁ ତିଥିରେ ପାଠ ପଢ଼ିବା ନିଷିଦ୍ଧ; (ଯଥା - ଅଷ୍ଟମୀ, ପୂର୍ଣ୍ଣିମା, ଚତୁର୍ଦ୍ଦଶୀ ଓ ଅମାବାସ୍ୟା) Particular days on which it is forbidden to read. (ମନୁ 4 -113)
|
| 2850 |
ଅନଧ୍ୟୟନ ଦ୍ବିତୀୟା |
- Anadhyayana dwitīyā (ସଂ.ବି.) - (ଯେଉଁ ଦ୍ୱିତୀୟା ଦିନ ପାଠ ପଢ଼ା ନିଷଦ୍ଧ) ମାର୍ଗଶୀର ମାସର କୃଷ୍ଣପକ୍ଷ ଦ୍ୱିତୀୟା The 2nd day of the dark-fortnight of the month of Mārgaṡīra.
|